‘ଡାକ୍ତର  ମୋତେ ଚେତାବନୀ ଦେଇ କହିଥିଲେ ଓଜନ କମାଅ ନଚେତ ମୃତ୍ୟୁକୁ ଅପେକ୍ଷା କର’: ରାମ କପୁର

qrwct (18)

ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ ଅଭିନେତା ରାମ କୁପର କିଛିଦିନ ହେବ ତାଙ୍କ ଟ୍ରାନ୍ସଫରମେସନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଇତିମଧ୍ୟରେ ରାମ କପୁର ୫୫କିଲୋ ଓଜନ ହ୍ରାସ କରି ବେଶ ଫିଟ ଦେଖାଯାଉଛନ୍ତି। ତେବେ ଓଜନ ହ୍ରାସ କରିବା ପୂର୍ବରୁ ଓ ଓଜନ ହ୍ରାସ କରିବା ସମୟରେ ରାମ କପୁରଙ୍କୁ ଅନେକ ସମସ୍ୟାର ସାମ୍ନା୍ କରିବାକୁ ପଡ଼ିଥିବା ଅଭିନେତା ନିଜେ ସ୍ବୀକାର କରିଛନ୍ତି। 

ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ ରାମ କପୁର ନିଜର ଓଜନ ହ୍ରାସ ଯାତ୍ରାକୁ ବଖାଣି କହିଛନ୍ତି, ‘ଡାକ୍ତର ମୋ ସ୍ବାସ୍ଥ୍ୟ ଓ ବଢ଼ୁଥିବା ଓଜନକୁ ନେଇ ସଚେତନ କରାଇ ଦେଇଥିଲେ କି ଯଦି ଆଗାମୀ ଦିନରେ ମୁଁ ଓଜନ ହ୍ରାସ କରୁ ନାହିଁ ତେବେ ମୋ ଜୀବନ ପ୍ରତି ବିପଦ ରହିଛି। 

ଏମିତି ଦିନ ଥିଲା ଯେଉଁ ସମୟରେ ମୋର ଓଜନ ୧୪୦କିଲୋ ହୋଇଯାଇଥିଲା। ଖାଇବା ପୂର୍ବରୁ ଦିନରେ ତିନିଥର ଇନସ୍ୟୁଲିନ ନେଉଥିଲି। କୌଣସି ମୁହୂର୍ତ୍ତରେ ଡାଇବେଟିକ ଷ୍ଟୋକ ହେବାର ଆଶଙ୍କା ରହିଥିଲା। ତେଣୁ ମୁଁ ଧୀରେଧୀରେ ମୋ ଜୀବନଶୈଳୀ ପରିବର୍ତ୍ତନ କରିଲି ଓ ଓଜନ ହ୍ରାସ କରିବା ଦିଗରେ ଦୃଢ଼ ସଂକଳ୍ପ ନେଲି। ଯାହାର ଫଳାଫଳ ଆସି ଆପଣମାନଙ୍କ ସାମ୍ନାରେ ଅଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe