ଅଯୋଧ୍ୟାରେ ହେବ ଫିଲ୍ମ 'ରାମ ସେତୁ'ର ସୁଟିଂ!

ଅଯୋଧ୍ୟାରେ ହେବ ଫିଲ୍ମ 'ରାମ ସେତୁ'ର ସୁଟିଂ!

ନୂଆଦିଲ୍ଲୀ: ଅକ୍ଷୟ କୁମାର ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଘୋଷଣା କରି ତାଙ୍କ ପ୍ରଶଂସକଙ୍କ ଆଗ୍ରହ ବଢାଉଛନ୍ତି । ଗତ ମାସରେ ଦୀପାବଳି ଅବସରରେ ଅକ୍ଷୟ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ରାମ ସେତୁ' ବାବଦରେ ଘୋଷଣା କରିଥିଲେ। ଏହି ଚଳଚ୍ଚିତ୍ରର ପୋଷ୍ଟରରେ ଅକ୍ଷୟଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ରୂପରେ ଦେଖିବାକୁ ମିଳିଛି | କିଛି ଦିନ ପୂର୍ବରୁ ଅକ୍ଷୟ ଏହି ଚଳଚ୍ଚିତ୍ର ବାବଦରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ।

ରିପୋର୍ଟ ମୁତାବକ ଅକ୍ଷୟ ଯୋଗୀଙ୍କୁ ଭେଟି ଫିଲ୍ମ 'ରାମସେତୁ'ର ସୁଟିଂ ଅଯୋଧ୍ୟାରେ କରିବାକୁ ଅନୁମତି ମାଗିଥିଲେ | ସୂଚନାନୁସାରେ, ଯୋଗୀ ଆଦିତ୍ୟନାଥ ଏହି ପ୍ରସ୍ତାବକୁ ବହୁତ ପସନ୍ଦ କରିଥିଲେ ଏବଂ ସେ ଅକ୍ଷୟ କୁମାରଙ୍କୁ ସୁଟିଂ କରିବାକୁ ସମସ୍ତ ସାହାଯ୍ୟ କରିବେ ବୋଲି ଆଶ୍ୱାସନା ଦେଇଥିଲେ।

ଆଉ ଖବର ଅନୁଯାୟୀ ଅକ୍ଷୟ କୁମାରଙ୍କୁ ଅଯୋଧ୍ୟାରେ 'ରାମସେତୁ' ଫିଲ୍ମର ସୁଟିଂ କରିବାକୁ ଅନୁମତି ଦିଆଯାଇଛି। କୁହାଯାଉଛି ଯେ ଫିଲ୍ମର ସୁଟିଂ ୨୦୨୧ ମଧ୍ୟଭାଗରୁ ଆରମ୍ଭ ହେବ।ଏହି ଫିଲ୍ମକୁ ଅଭିଷେକ ଶର୍ମା ନିର୍ଦ୍ଦେଶନା ଦେବାକୁ ଥିବାବେଳେ ଅରୁଣ ଭାଟ୍ଟିଆ ଓ ବିକ୍ରମ ମାଲହୋତ୍ରା ପ୍ରଯୋଜନା କରିବେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe