ଭୁବନେଶ୍ୱର : କେମିତି ଦିଶୁଛନ୍ତି ରାମାୟଣ କଳାକାର। ୧୯୮୭-୨୦୨୦ କେତେ ବଦଳିଛି ରୂପରଙ୍ଗ। ତାଲାବନ୍ଦ ସମୟରେ ଏବେ ସମସ୍ତଙ୍କ ପ୍ରିୟ ପାଲଟିଛି ରାମାୟଣ। ୮୦ ଦଶକର ଲୋକପ୍ରିୟ ପୌରାଣିକ ଧାରାବାହିକକୁ ଲୋକେ ପୂର୍ବରୁ ଯେତିକି ପସନ୍ଦ କରୁଥିଲେ ଏବେ ତାଠୁ ଅଧିକ ପସନ୍ଦ କରୁଛନ୍ତି । କାରଣ ଲକଡାଉନ ପାଇଁ ପୁନଃ ପ୍ରସାରିତ ହେଉଥିବା ରାମାନନ୍ଦ ସାଗରଙ୍କ ରାମାୟଣକୁ ନେଇ ଲୋକଙ୍କର ରହିଛି ଅନେକ ପିଲାଦିନର ସ୍ମୃତିଭିଜା କାହାଣୀ । ଆଉ ସେହି ସ୍ମୃତିକୁ ଟିଭି ଆଗରେ ବସି ଏବେ ପିଲା ଦିନର ରାମ-ସୀତାଙ୍କୁ ଦେଖୁଛନ୍ତି ଲୋକେ।
/sambad/media/post_attachments/wp-content/uploads/2020/04/1-15-300x240.jpg)
୮୦ ଦଶକରେ ରାମସୀତା ଓ ରାମାୟଣର କଳାକାରଙ୍କୁ ନେଇ ଲୋକଙ୍କ ମନରେ ଥିଲା ଏକ ସ୍ୱର୍ଗୀୟ ଅନୁଭବ । ରାମାୟଣ ଆରମ୍ଭ ହେବା ମାତ୍ରେ ଲୋକେ ଟିଭି ଆଗରେ ଧୂପ, ଦୀପ ଦେଉଥିଲେ ତ କିଏ କିଏ ରାମସୀତାଙ୍କୁ ମୁଣ୍ଡିଆ ମଧ୍ୟ ମାରୁଥିଲେ । କେହି କେହି ରାମ-ସୀତା ଚରିତ୍ରରେ ଅଭିନୟ କରୁଥିବା କଳାକାରଙ୍କୁ ବି ସତସତିକା ଭଗବାନ ଭାବୁଥିଲେ । କଳାକାରଙ୍କ ପୋଷାକ ପରିପାଟ୍ଟୀ ସାଧାରଣ ଲୋକଙ୍କ ମନରେ ଏକ ଉତ୍ସୁକତା ଭରିଦେଇଥିଲା । ତେବେ ସେତେବେଳର ସେ କଳାକାର ଏବେ କେମିତି ଦିଶୁଛନ୍ତି। ନଜର ପକାନ୍ତୁ ୮୦ ଦଶକରେ ରାମ, ସୀତା, ଲକ୍ଷ୍ମଣ ଓ ରାବଣ ହୋଇଥିବା କଳାକାରଙ୍କ ବର୍ତ୍ତାମାନର ରୂପ।
/sambad/media/post_attachments/wp-content/uploads/2020/04/ramayan-ff-300x76.jpg)
ତେବେ ୨୫ ଜାନୁଆରୀ ୧୯୮୭ରେ ଟିଭି ପରଦାକୁ ଆସିଥିଲା ରାମାନନ୍ଦ ସାଗରଙ୍କ ପୌରାଣିକ ପୃଷ୍ଠଭୂମି ଉପରେ ଆଧାରିତ ଧାରାବାହିକ ରାମାୟଣ । ଜାନୁୟାରୀ ୨୫ରେ ଆରମ୍ଭ ହୋଇଥିବା ଏହି ସିରିଏଲ ୧୯୮୮ ମସିହା ଜୁଲାଇ ୩୧ରେ ସରିଥିଲା। ତେବେ ସିରିଏଲର ମୋଟ ୭୮ଟି ଅଧ୍ୟାୟ ଭାରତବାସୀଙ୍କ ହୃଦୟକୁ ଛୁଇଁଯାଇଥିଲା। ଦୂରଦର୍ଶନରେ ପ୍ରସାରଣ ହେଉଥିବା ଏହି ଲୋକପ୍ରିୟ ସିରିଏଲ ଦେଖିବାକୁ ଗାଁ ଗାଁ, ଗଳିକନ୍ଦି, ଛକ ବଜାର ସବୁ ଶୂନଶାନ ହୋଇଯାଉଥିଲା ଆଉ ଯେଉଁଠି ଯାହା ଘରେ କଳାଧଳା ଟିଭି ଥିଲା ସେଠି ଲୋକଙ୍କ ଅସମ୍ଭବ ଭିଡ ଲାଗୁଥିଲା ।
ରାମ ଚରିତ୍ରରେ ଅଭିନୟ କରୁଥିବା ଅରୁଣ ଗୋଭିଲଙ୍କୁ ଲୋକେ ସତସତିକା ରାମ ଭାବି ପ୍ରଣାମ କରିଥିବା ନିଜେ ଅରଣ କୁହନ୍ତି । ତେବେ ତାଙ୍କ ପୋଷାକ ଓ ବ୍ୟକ୍ତିତ୍ୱ ପାଇଁ ସେ ଲୋକଙ୍କ ମନରେ ଘର କରି ରହିଥିବା ବେଳେ ଦେଖନ୍ତୁ ଏବେ କେମିତି ଦିଶୁଛନ୍ତି ୮୦ ଦଶକର ରାମ।
/sambad/media/post_attachments/wp-content/uploads/2020/04/vlcsnap-2020-04-16-22h34m14s141-1-300x240.png)
ତେବେ ନିଜ ରୂପ ଆଉ ସୁନ୍ଦର ଅଭିନୟ ପାଇଁ ସୀତା ଭୂମିକାରେ ଥିବା ଦୀପିକା ଚିଖଲିଆ ବି ଲୋକଙ୍କ ମନ ଜିଣିଥିଲେ। ସେମିତି ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲେହରୀ ଏବଂ ପ୍ରବଳ ପ୍ରତାପୀ ରାବଣ ରୂପରେ ନିଜ ଚରିତ୍ରକୁ ଜୀବନ୍ତ କରି ଲୋକଙ୍କ ଗାଳି, ନିନ୍ଦା ରୂପକ ସମ୍ମାନ ଗୋଟାଇଥିବା ଅରବିନ୍ଦ ତ୍ରିବେଦୀ ବି ବେଶ ଲୋକପ୍ରିୟ ଥିଲେ। ତେବେ ଦେଖନ୍ତୁ ଏବେ କେମିତି ଦିଶୁଛନ୍ତି ରାମାୟଣର ସେହି ଆଗଧାଡିର ୩ କଳାକାର।
Follow Us