ଦୀର୍ଘ ୩୦ବର୍ଷ ପରେ ଖୁବଶୀଘ୍ର ଅଭିନୟ କ୍ଷେତ୍ରକୁ ଫେରିବି

Advertisment

ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ଲକ୍ଷ୍ମଣଙ୍କ ଧର୍ମପତ୍ନୀ ଉର୍ମିଳାଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଅଞ୍ଜଳି ବ୍ୟାସ ଦୀର୍ଘ ୩୦ବର୍ଷ ଧରି ଅଭିନୟ ଜଗତରୁ ଦୂରେଇ ଯିବା ପରେ ଖୁବଶୀଘ୍ର ପରଦାକୁ ଫେରିବା ପାଇଁ ଯୋଜନା କରୁଛନ୍ତି।

ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ଲକ୍ଷ୍ମଣଙ୍କ ଧର୍ମପତ୍ନୀ ଉର୍ମିଳାଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଅଞ୍ଜଳି ବ୍ୟାସ ଦୀର୍ଘ ୩୦ବର୍ଷ ଧରି ଅଭିନୟ ଜଗତରୁ ଦୂରେଇ ଯିବା ପରେ ଖୁବଶୀଘ୍ର ପରଦାକୁ ଫେରିବା ପାଇଁ ଯୋଜନା କରୁଛନ୍ତି।

ନୂଆଦିଲ୍ଲୀ: ଅଭିନେତ୍ରୀ ଅଞ୍ଜଳି ବ୍ୟାସ ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ଲକ୍ଷ୍ମଣଙ୍କ ଧର୍ମପତ୍ନୀ ଉର୍ମିଳାଙ୍କ ଭୂମିକାରେ ଅଭିନୟ କରିଥିଲେ।  ଏହି ଭୂମିକାରେ ସେ ଦର୍ଶକଙ୍କୁ ବେଶ ଆକୃଷ୍ଟ ବି କରିଥିଲା। ହଠାତ ଅଭିନେତ୍ରୀ ଅଭିନୟ ଜଗତରୁ ଉଭେଇ ଯାଇଥିଲେ। ତାଙ୍କୁ ରାମାୟଣ ପରେ ଆଉ କୌଣସି ସୋ’ରେ ଦେଖିବାକୁ ମିଳି ନଥିଲା। ସେ ଅଭିନୟ ଦୁନିଆ ଛାଡ଼ି ବିଦେଶରେ ବସବାସ କରିଥିଲେ। ଅନେକଦିନ ହେବ ଅଞ୍ଜଳି ଲାଇମଲାଇଟରୁ ଦୂରେଇ ଯାଇଥିଲେ। ତେବେ ସମ୍ପ୍ରତି ଅଞ୍ଜଳିଙ୍କୁ ନେଇ ଚର୍ଚ୍ଚା ହେଉଛି କି ସେ ଖୁବଶୀଘ୍ର ଅଭିନୟ ଦୁନିଆକୁ ଫେରୁଛନ୍ତି। 

ଅଞ୍ଜଳି ୩୦ବର୍ଷର ଦୀର୍ଘ ସମୟ ପରେ ଅଭିନୟ ଦୁନିଆକୁ ଫେରିବା ଘଟଣାକୁ ନେଇ କହିଛନ୍ତି, ‘ମୁଁ ରାମାୟଣ ପରେ ଆଉ ଅଭିନୟ କ୍ଷେତ୍ରରେ କାମ କରି ନାହିଁ। କାରଣ ମୁଁ ଅଷ୍ଟ୍ରେଲିଆ ଚାଲି ଯାଇଥିଲି।  ଏକ ଟ୍ରିପ ସମୟରେ ମୁଁ ରାମାନନ୍ଦ ସାଗରଙ୍କୁ ଭେଟିଥିଲି। ଯେତେବେଳେ ସେ ‘କୃଷ୍ଣା’ ସୋ’ ତିଆରି କରୁଥିଲେ।  ସେ ଏଥିରେ ମୋତେ କାମର ସୁଯୋଗ ଦେଇଥିଲେ। ଏବେ ବି ଅନେକ କାମ ପାଇଁ ଅଫର ଅଛି। ତେବେ ମୋତେ କିଛି ସମୟର ଆବଶ୍ୟକ ରହିଛି।  ମୁଁ ଖୁବ ଅଳ୍ପ ଦିନ ପରେ ଅଭିନୟ କ୍ଷେତ୍ରକୁ ଫେରି ଆସିବି।
ରାମାୟଣ ସୋ’ ପାଇଁ ମୋତେ ସୀତା ମା’ଙ୍କ ଭୂମିକା ପାଇଁ ଚୟନ କରାଯାଇଥିଲା। ପରେ ଦୀପିକା ଚିଖଲିୟା ସୀତା ଭୂମିକା ପାଇଁ ଚୟ ହେବାରୁ ମୋତେ ଉର୍ମିଲା ଭୂମିକା ମିଳିଥିଲା। 

ଅଧିକପଢ଼ନ୍ତୁ:ସାଙ୍ଗମାନଙ୍କ ସହିତ ଭିଡିଓ ସୁଟ କରୁଥିବା ବେଳେ ଟ୍ରେନ ଧକ୍କାର ଶିକାର ହେଲେ ବାଳକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe