ରେକର୍ଡ ଭାଙ୍ଗିଲା ଡିଡି ନ୍ୟାସନାଲ୍‌ରେ ପୁନଶ୍ଚ ପ୍ରସାରଣ କରାଯାଉଥିବା ‘ରାମାୟଣ’

Advertisment
ରେକର୍ଡ ଭାଙ୍ଗିଲା ଡିଡି ନ୍ୟାସନାଲ୍‌ରେ ପୁନଶ୍ଚ ପ୍ରସାରଣ କରାଯାଉଥିବା ‘ରାମାୟଣ’

indiatvnews.com

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ‘ରାମାୟଣ’ ମାର୍ଚ ୨୮ ତାରିଖରୁ ପୁଣି ଥରେ ଦୂରଦର୍ଶନରେ ପ୍ରସାରିତ ହେବା ପରେ ସମସ୍ତ ରେକର୍ଡ ଭଙ୍ଗ କରିଛି। ଏହି ଧାରାବାହିକଟି ପ୍ରସାରିତ ହେବାର ପ୍ରଥମ ସପ୍ତାହରେ ହିଁ ସର୍ବୋଚ୍ଚ ଟିଆର୍‌ପି ରହିଛି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର କୁହାଯାଇଛି ଯେ ‘ ୨୦୧୫ ମସିହା ପରଠାରୁ ହିନ୍ଦୀ ଜେନେରାଲ୍‌ ‌ଏଣ୍ଟର୍‌ଟନ୍‌ମେଣ୍ଟ୍‌ ଚ୍ୟାନେଲ୍‌(ଜେଇସି)ରେ ‘ରାମାୟଣ’ ପ୍ରଥମ ସପ୍ତାହରେ ସବୁଠାରୁ ଅଧିକ ଟିଆର୍‌ପି ହାସଲ କରିଛି।’

ଉଲ୍ଲେଖଯୋଗ୍ୟ, ରାମାୟଣ ସହ ୮୦ ଓ ୯୦ ଦଶକର ଆହୁରି କିଛି ସୋ’କୁ ମଧ୍ୟ ଦୂରଦର୍ଶନରେ ପୁନଶ୍ଚ ପ୍ରସାରଣ କରାଯାଉଛି। ‘ମହାଭାରତ’ ଓ ଶାହାରୁଖ୍‌ ଖାନ୍‌ଙ୍କ ଅଭିନୀତ ‘ସର୍କସ’ ଆସି ମଧ୍ୟ ଦୂରଦର୍ଶନରେ ପୁନଶ୍ଚି ପ୍ରସାରଣ କରାଯାଇଛି।

କରୋନା ଭାଇରସ୍‌ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ଦୂରଦର୍ଶନ ପୁରୁଣା ସୋ’ଗୁଡ଼ିକୁ ପୁଣି ଥରେ ପ୍ରସାରଣ କରିବାର ନିଷ୍ପତ୍ତି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe