ରେଳ ଟ୍ରାକ୍‌ରୁ ମିଳିଥିଲା ବିଭୀଷଣଙ୍କ ଶବ

Advertisment
ରେଳ ଟ୍ରାକ୍‌ରୁ ମିଳିଥିଲା ବିଭୀଷଣଙ୍କ ଶବ

Amar Ujala

ରାମାୟଣ ଧାରାବାହିକରେ ରାବଣର ଭାଇ ବିଭୀଷଣ ଭୂମିକାରେ ଅଭିନୟ କରି ପ୍ରସିଦ୍ଧି ଲାଭ କରିଥିଲେ ମୁକେଶ ରାୱଲ। ରାବଣ ବଧ ପାଇଁ ରାମଙ୍କୁ ସାହାଯ୍ୟ କରିଥିବା ଚରିତ୍ରକୁ ସେ ଉଚିତ ନ୍ୟାୟ ଦେଇଥିଲେ। ରାମାୟଣରେ ଅଭିନୟ ପୂର୍ବରୁ ମୁକେଶ ଥିଏଟର୍‌ରେ କାମ କରୁଥିଲେ। ଜିଦ୍ଦି, ମଝଦାର, ଲହୁ କେ ଦୋ ରଙ୍ଗ, ଔଜାର, କସକ ଭଳି ହିନ୍ଦୀ ଚଳଚ୍ଚିତ୍ର ଓ କିଛି ଗୁଜୁରାଟୀ ଚଳଚ୍ଚିତ୍ର/ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ। ତେବେ ଦିନେ ଏକ ଟ୍ରେନ୍‌ ଦୁର୍ଘଟଣାରେ ମୁକେଶଙ୍କର ମୃତ୍ୟୁ ହୋଇଯାଇଥିବା ଖବର ତାଙ୍କ ପ୍ରଶଂସକଙ୍କୁ ଆଘାତ ଦେଇଥିଲା। ମୁମ୍ବାଇସ୍ଥିତ କାନ୍ଦିବାଲି ରେଳ ଷ୍ଟେସନ୍‌ ନିକଟ ଧାରଣାରୁ ପୁଲିସ ତାଙ୍କ ଶବ ଉଦ୍ଧାର କରିଥିଲା। ସେତେ‌ବେଳେ ଚର୍ଚ୍ଚା ହୋଇଥିଲା ଯେ ମୁକେଶ ଆତ୍ମହତ୍ୟା କରିଛନ୍ତି। କିନ୍ତୁ ତାଙ୍କ ପରିବାରଲୋକେ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ। ତେବେ ତରତର ହୋଇ ଟ୍ରାକ୍‌ ପାର୍‌ ହେଉଥିବା ବେଳେ ଟ୍ରେନ୍‌ ତାଙ୍କ ଉପରେ ମାଡ଼ି ଯାଇଥିବା ନେଇ ବି ଆଲୋଚନା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe