ମୁମ୍ବାଇ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ନୀତେଶ ତିୱାରୀଙ୍କ 'ରାମାୟଣ' ଅନ୍ୟତମ। ଏହି ଚଳଚ୍ଚିତ୍ର ନିର୍ମାଣ ହେଉଥିବା ନେଇ ଘୋଷଣା ହେବା ପରଠାରୁ ପ୍ରଶଂସକମାନେ ଏହାର ରିଲିଜ୍ ତାରିଖ ଘୋଷଣାକୁ ଅପେକ୍ଷା କରିଥିଲେ। ଶେଷରେ, ନିର୍ମାତା ଏହାର ରିଲିଜ୍ ତାରିଖ ଘୋଷଣା ସହିତ ଫିଲ୍ମର ଏକ ପୋଷ୍ଟର ସେୟାର କରିଛନ୍ତି। ଫିଲ୍ମର ନିର୍ମାତା ନମିତ ମଲହୋତ୍ରା ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ସବିଶେଷ ତଥ୍ୟ ସେୟାର କରିଛନ୍ତି। ତାଙ୍କ ପୋଷ୍ଟ ଅନୁଯାୟୀ, ଫିଲ୍ମଟି ଦୁଇଟି ଭାଗରେ ରିଲିଜ୍ ହେବ।
ସୋସିଆଲ ମିଡିଆରେ ଏକ ପୋଷ୍ଟର ରିଲିଜ କରି ନମିତ ମଲହୋତ୍ରା ଲେଖିଛନ୍ତି, “ଏକ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ, ମୁଁ ଏହି ମହାକାବ୍ୟକୁ ବଡ଼ ପରଦାରେ ଆଣିବାକୁ ଚେଷ୍ଟା ଆରମ୍ଭ କଲି। ଏହି ମହାକାବ୍ୟ ୫୦୦୦ବର୍ଷରୁ ଅଧିକ ସମୟ ଧରି କୋଟି କୋଟି ହୃଦୟରେ ଶାସନ କରିଆସୁଛି। ଆମ ଟିମ୍ ଏହି ମହାକାବ୍ୟକୁ ସୁନ୍ଦର ଭାବେ ପରଦାରେ ପ୍ରଦର୍ଶିତ କରିବା ପାଇଁ ନିରନ୍ତର କାର୍ଯ୍ୟ କରିଥିବାରୁ ମୁଁ ଅତ୍ୟଧିକ ଆନନ୍ଦିତ। ଗର୍ବ ଏବଂ ସମ୍ମାନ ସହିତ ଆମର ସର୍ବଶ୍ରେଷ୍ଠ ମହାକାବ୍ୟକୁ ଜୀବନ୍ତ କରିବାର ସ୍ୱପ୍ନକୁ ପୂରଣ କରିବା ପାଇଁ ଆମ ସହିତ ଯୋଗ ଦିଅନ୍ତୁ। ପାର୍ଟ-୧ ୨୦୨୬ରେ ଓ ପାର୍ଟ-୨ ୨୦୨୭ରେ ରିଲିଜ୍ ହେବ।
Follow Us