ଲକ୍‌ଡାଉନ୍‌ ହେଲେ ଭଲ୍ଲାଲଦେବ

ଲକ୍‌ଡାଉନ୍‌ ହେଲେ ଭଲ୍ଲାଲଦେବ

Report Door

‘ବାହୁବଳୀ’ ଖଳନାୟକ ଭଲ୍ଲାଲଦେବ ଓରଫ ରାଣା ଦଗ୍ଗୁବାତୀ ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ହାଇଦ୍ରାବାଦର ରାମାନାଇଡୁ ଷ୍ଟୁଡିଓରେ ତେଲୁଗୁ ଓ ମାରୱାଡ଼ି ପରମ୍ପରାରେ ପ୍ରେମିକା ମିହିକା ବଜାଜଙ୍କୁ ସେ ବିବାହ କରିଛନ୍ତି। ରାଣାଙ୍କ ପିତା ସୁରେଶ ବାବୁ କହିଛନ୍ତି, କରୋନା ମହାମାରୀ ଯୋଗୁଁ ମାତ୍ର ୩୦ଜଣଙ୍କ ଉପସ୍ଥିତିରେ ବିବାହ ସଂପନ୍ନ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ରାଣାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଅବସରରେ ବଲିଉଡ୍‌ର ଖିଲାଡି କୁମାର (ଅକ୍ଷୟ କୁମାର)ଙ୍କ ନିଆରା ଶୁଭେଚ୍ଛା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ସେ ଟ୍ବିଟର୍‌ରେ ରାଣାଙ୍କୁ ଶୁଭେଚ୍ଛା ଜଣାଇବା ସହ ଲେଖିଛନ୍ତି, ସବୁଦିନ ପାଇଁ ଲକ୍‌ଡାଉନ୍‌ ହୋଇଯିବାର ଏକ ଉତ୍ତମ ଉପାୟ ‘ବିବାହ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe