ଭଲ୍ଲାଲଦେବଙ୍କୁ ଆପଣ ଚିହ୍ନି ପାରିବେନି ଏହି ନୂଆ ଲୁକରେ

Advertisment
ଭଲ୍ଲାଲଦେବଙ୍କୁ ଆପଣ ଚିହ୍ନି ପାରିବେନି ଏହି ନୂଆ ଲୁକରେ

photo-amarujala

ମୁମ୍ବାଇ: ବ୍ଲକବଷ୍ଟର ମୁଭି ‘ବାହୁବଲୀ’ରେ ଭଲ୍ଲାଲଦେବ ଭୂମିକା ନିଭାଇ ଚର୍ଚ୍ଚାକୁ ଆସିଥିବା ଅଭିନେତା ରାଣା ଦଗ୍ଗୁବତୀଙ୍କ ନୂଆ ସିନେମାର ଫାଷ୍ଟ ଲୁକ୍‌ ଜାରି ହୋଇଛି। ତାଙ୍କୁ ଆପଣ ଚିହ୍ନି ପାରିବେନି ଏହି ନୂଆ ଲୁକରେ। ଏହି ସିନେମାର ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଏକ ହାତୀ ସହିତ ଅଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଏଠାରେ ଯେଉଁ ସିନେମାର କଥା କୁହାଯାଉଛି ତାହାର ଟାଇଟଲ ହେଲା ‘ହାଥୀ ମେରା ସାଥୀ’। ଏହା ୧୯୭୧ରେ ରିଲିଜ୍‌ ହୋଇଥିବା ବ୍ଲକବଷ୍ଟର ସିନେମା ‘ହାଥୀ ମେରା ସାଥୀ’ର ରିମେକ୍‌। ଏଥିରେ ବିଗତ ଦିନର ସୁପରଷ୍ଟାର୍‌ ରାଜେଶ ଖାନ୍ନା ଏବଂ ତନୁଜା ଲିଡ ରୋଲରେ ଥିଲେ। ରାଣା ଦଗ୍ଗୁବତୀଙ୍କ ନୂଆ ସିନେମା‘ହାଥୀ ମେରା ସାଥୀ’ର ସୁଟିଂ ଥାଇଲାଣ୍ଡରେ କରାଯାଉଛି। ଏହା ଚଳିତ ବର୍ଷ ଦୀପାବଳି ଅବସରରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି। ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ ବୋଲି ମଧ୍ୟ କୁହାଯାଉଛି। ଏହି ସିନେମା ହିନ୍ଦୀ,ତେଲୁଗୁ ଏବଂ ତାମିଲ ଭାଷାରେ ନିର୍ମିତ ହେଉଛି।

publive-image photo-amarujala

ଏଠାରେ ସୂଚନାଯୋଗ୍ୟ ଯେ ରାଣା ଦଗ୍ଗୁବତୀ ‘ଦମ୍‌ ମାରୋ ଦମ୍‌’, ‘ବେବି’ ଏବଂ ‘ଡିପାର୍ଟମେଣ୍ଟ’ ଆଦି ହିନ୍ଦୀ ସିନେମାରେ ନଜର ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe