ଏପ୍ରିଲ୍‌ ୧୭ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର-ଆଲିଆ!

Advertisment
ଏପ୍ରିଲ୍‌ ୧୭ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର-ଆଲିଆ!

IndiaGlitz

ମୁମ୍ବାଇ: ଏବେ ବଲିଉଡ୍‌ରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିବା ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଘରେ ଖୁବ୍ ଶୀଘ୍ର ସାହାନଇ ବାଜିପାରେ। ପୂର୍ବରୁ ସୂଚନା ରହିଥିଲା ଯେ ରଣବୀର ଓ ଆଲିଆ ୨୦୨୨ ମସିହା ଏପ୍ରିଲ୍‌ରେ ବିବାହ କରିପାରନ୍ତି। ଏବେ ସେ ସମୟ ଆସିସାରିଥିଲେ ବି ସେପରି କୌଣସି ଖୁସି ଖବର ଏଯାଏ ଶୁଶିବାକୁ ମିଳିନାହିଁ। ମାତ୍ର ସୂତ୍ରରୁ ଜାଣିବାକୁ ମିିଳିଛି ଯେ ରଣବୀର ଓ ଆଲିଆ ଚଳିତମାସ ୧୭ ତାରିଖରେ ବିବାହ କରିପାରନ୍ତି।

ଇଟାଇମ୍ସ ରିପୋର୍ଟ ମୁତାବକ, ରଣବୀର ଓ ଆଲିଆ ଏପ୍ରିଲ୍‌ ୧୭ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି। ଏହି ବିବାହ ପାଇଁ କପୁର ଓ ଭଟ୍ଟ ପରିବାର ଉଭୟ ପକ୍ଷରୁ ପ୍ରସ୍ତୁତ ହୋଇଥିଲେ ବି ସେମାନଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଆଲିଆଙ୍କ ଅଜ‌ାଙ୍କ ଦେହ ଖରାପ ଥିବାରୁ ସେ ନିଜ ନାତୁଣୀର ବିବାହ ଦେଖିବାକୁ ଚାହୁଁଥିବାରୁ ଆଲିଆଙ୍କ ବିବାହ ଖୁବ୍ ଶୀଘ୍ର ହେବାକୁ ସ୍ଥିର ହୋଇଛି। ଆଲିଆଙ୍କ ଅଜା ରଣବୀରଙ୍କୁ ଖୁବ୍‌ ପସନ୍ଦ ମଧ୍ୟ କରନ୍ତି।

ତେବେ ସେମାନଙ୍କ ବିବାହ କୌଣସି ବିଳାସପୂର୍ଣ୍ଣ ହୋଟେଲ୍‌ରେ ହେବନାହିଁ। ରଣବୀରଙ୍କ ପୈତୃକ ଗ୍ରାମରେ ବିବାହ ଉତ୍ସବ ଅନୁଷ୍ଠିତ ହେବ। ରଣବୀର କପୁର ନିଜେ ତାଙ୍କ ବିବାହ ସ୍ଥାନ ଠିକ୍‌ କରିଛନ୍ତି ବୋଲି କୁହାଯାଉଛି। ରଣବୀର କପୁରଙ୍କ ବାପା-ମା’ ଋଷି କପୁର ଏବଂ ନୀତୁ କପୁର ମଧ୍ୟ ୧୯୮୦ ଜାନୁଆରି ୨୦ରେ ଏହି ସମାନ ସ୍ଥାନରେ ବିବାହ କରିଥିଲେ। ରିପୋର୍ଟରୁ ଜଣାପଡ଼ିଛି ଯେ, ରଣବୀର ଏବଂ ଆଲିଆଙ୍କ ବିବାହ ଉତ୍ସବରେ ୪୫୦ ଅତିଥି ଯୋଗ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe