ସରିଲା ବିବାହ: ପତି-ପତ୍ନୀ ହେଲେ ଆଲିଆ-ରଣବୀର

Advertisment
ସରିଲା ବିବାହ: ପତି-ପତ୍ନୀ ହେଲେ ଆଲିଆ-ରଣବୀର

ମୁମ୍ବାଇ: ବହୁ ବର୍ଷ ଅପେକ୍ଷାର ଅନ୍ତ ଘଟିଲା। ଶେଷରେ ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ। କିଛି ବର୍ଷ ହେଲା ପ୍ରେମ ସଂପର୍କରେ ଥିବା ରଣବୀର ଓ ଆଲିଆ ଶେଷରେ ବିବାହ କରିଛନ୍ତି। ଆଲିଆଙ୍କ ମଥାରେ ସିନ୍ଦୂର ଭରି ନୂତନ ଜୀବନର ଯାତ୍ରା ଆରମ୍ଭ କରିଛନ୍ତି ରଣବୀର। ଦୀର୍ଘ ୫ ବର୍ଷ ଧରି ଚର୍ଚ୍ଚାରେ ଥିବା ଏହି ପ୍ରେମୀଯୁଗଳ ଆଜିଠାରୁ ପତି-ପତ୍ନୀ ଭାବରେ ନିଜର ଯାତ୍ରା ଆରମ୍ଭ କରିବେ। ମୁମ୍ବାଇର ବାନ୍ଦ୍ରା‌ରେ ଥିବା ରଣବୀରଙ୍କ ଘର ବାସ୍ତୁରେ ଦୁହିଁଙ୍କ ବିବାହ ଶେଷ ହୋଇଛି। ଏବେ ଦୁହିଁଙ୍କ ବିବାହ ଫଟୋ ସାମ୍ନାକୁ ଆସି ନଥିବା ବେଳେ ସନ୍ଧ୍ୟା ୭ଟା‌ ପରେ ଦୁହେଁ ସ୍ବାମୀ-ସ୍ତ୍ରୀ ଭାବରେ ଗଣମାଧ୍ୟମ ସାମ୍ନାକୁ ଆସିବେ ବୋଲି କୁହାଯାଉଛି।

ତେବେ ଆଜି ପ୍ରଥମେ ପାରମ୍ପରିକ ପିତୃପୂଜା ପରେ ସେମାନଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ନୀତୁ କପୁର, କରୀନା କପୁର, କରିସ୍ମା କପୁର, କରଣ ଜୋହର, ଆୟାନ ମୁଖାର୍ଜୀ, ମହେଶ ଭଟ୍ଟ, ପୂଜା ଭଟ୍ଟଙ୍କ ସମେତ ଉଭୟ ପରିବାରର ଅତିଥିମାନେ ଗତକାଲି ବାସ୍ତୁରେ ପହଞ୍ଚି ସ‌ାରିଥିଲେ। ଆଜି ସେମାନଙ୍କ ଉପସ୍ଥିତିରେ ବିବାହ ସଂପନ୍ନ ହୋଇଛି। ପ୍ରଖ୍ୟାତ ଗାୟକ ପ୍ରତୀକ ଖୁଦା ମେହେନ୍ଦୀ ସମାରୋହରେ ସଙ୍ଗୀତ ପରିବେଷଣ କରିଥିଲେ।

ତେବେ ବିବାହ ପୂର୍ବରୁ ଅନେକ ତାରିଖ ସାମ୍ନାକୁ ଆସିଥିଲା। ଦୁହେଁ କେଉଁ ତାରିଖରେ ବିବାହ କରିବେ ସେ ନେଇ ଅନେକ ଦ୍ବନ୍ଦ୍ବ ଉପୁଜିଥିବା ବେଳେ ଗତକାଲି ରଣବୀରଙ୍କ ଭଉଣୀ ରିଧିମା କପୁର ବିବାହ ତାରିଖ ସ୍ପଷ୍ଟ କରିଥିଲେ। ମେହେନ୍ଦୀ ପାଇଁ ଆସୁଥିବା ବେଳେ ଏପ୍ରିଲ ୧୪ରେ ହିଁ ଆଲିଆ-ରଣବୀର ବିବାହ କରିବେ ବୋଲି ସେ ସ୍ପଷ୍ଟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe