ଖ୍ରୀଷ୍ଟମାସ‌‌ରେ ଆସିବନି ରଣବୀର-ଦୀପିକାଙ୍କ ‘୮୩’!

Advertisment
ଖ୍ରୀଷ୍ଟମାସ‌‌ରେ ଆସିବନି ରଣବୀର-ଦୀପିକାଙ୍କ ‘୮୩’!

TTN NEWS

ରଣବୀର-ଦୀପିକାଙ୍କ ଅଭିନୀତ ତଥା ୧୯୮୩ ମସିହାରେ କପିଲ ଦେବଙ୍କ ନେତୃତ୍ବରେ ଭାରତ ‘କ୍ରିକେଟ୍‌ ବିଶ୍ବକପ୍‌’ ଜିତିବା କାହାଣୀକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘୮୩’ ଏଇ ଖ୍ରୀଷ୍ଟମାସ୍‌ରେ ରିଲିଜ୍‌ ହେବ ନାହିଁ। ଏପରିକି ଚଳଚ୍ଚିତ୍ରଟି ୨୦୨୦ରେ ପରଦାକୁ ଆସିବାର ନାହିଁ।

ନିର୍ମାତାମାନଙ୍କ ନିଷ୍ପତ୍ତି ଅନୁଯାୟୀ, ୨୦୨୧ ଜାନୁଆରିରୁ ମାର୍ଚ୍ଚ ଭିତରେ ଚଳଚ୍ଚିତ୍ରଟି ପରଦାକୁ ଆସିପାରେ। ତେବେ ଏହାକୁ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍ କରାଯିବ ନାହିଁ ବୋଲି ଆଗରୁ ନିର୍ମାତାମାନେ ମନା କରିସାରିଥିଲେ। ଭାରତର ଏଭଳି ଏକ ବଡ଼ ଐତିହାସିକ ମୁହୂର୍ତ୍ତର କାହାଣୀକୁ ବଡ଼ ପରଦାରେ ରିଲିଜ୍‌ କରିବାକୁ ଚଳଚ୍ଚିତ୍ରର ପ୍ରଯୋଜନା ସଂସ୍ଥା ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ୍‌ ନିଷ୍ପତ୍ତି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe