Indulge Express
ରଣବୀର ସିଂ ଓ ଦୀପିକା ପାଦୁକୋନ୍ ମୁମ୍ବାଇର ବାନ୍ଦ୍ରାରେ ୧୧୯ କୋଟି ଟଙ୍କାର ଏକ ନୂଆ ଫ୍ଲାଟ୍ କିଣିଛନ୍ତି। ସୁସଜ୍ଜିତ ଆବାସିକ ଟାୱାର ‘ସାଗର ରେଶମ’ରେ ଏହି ସି-ଭ୍ୟୁ ଆପାର୍ଟମେଣ୍ଟ ରହିଛି। ସେମାନଙ୍କ ନୂଆ ଘର ଟାୱାରର ୧୬, ୧୭, ୧୮ ଏବଂ ୧୯ ମହଲାରେ ଅବସ୍ଥିତ। ଏହାର ମୋଟ କାର୍ପେଟ କ୍ଷେତ୍ର ୧୧,୨୬୬ ବର୍ଗଫୁଟ ଏବଂ ୧,୩୦୦ ବର୍ଗଫୁଟର ସ୍ୱତନ୍ତ୍ର ଟେରାସ ଅଛି। ଦେଶର ଯେକୌଣସି ସ୍ଥାନରେ ଥିବା ଆବାସିକ ଆପାର୍ଟମେଣ୍ଟ ତୁଳନାରେ ଏହା ସବୁଠାରୁ ମହଙ୍ଗା। କୌତୂହଳର ବିଷୟ, ଏହି ଘର ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ଏବଂ ଶାହରୁଖ ଖାନଙ୍କ ମନ୍ନତ ବଙ୍ଗଳା ମଧ୍ୟରେ ଅବସ୍ଥିତ। ଏହି ଦମ୍ପତି ବର୍ତ୍ତମାନ ପ୍ରସିଦ୍ଧ ବଲିଉଡର ଦୁଇ ଖାନ୍ଙ୍କ ପଡ଼ୋଶୀ ହେବେ। ରଣବୀର ଏବଂ ଦୀପିକା ପ୍ରଥମ ଥର ପାଇଁ ୨୦୧୩ରେ ‘ଗଲିୟୋଁ କେ ରାସଲୀଲା ରାମଲୀଳା’ରେ ଏକାଠି କାମ କରିଥିଲେ। ଛଅ ବର୍ଷ ଡେଟ୍ କରିବା ପରେ ୨୦୧୮ରେ ଇଟାଲୀରେ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଥିଲେ। ଗତକାଲି ରାତିରେ ରଣବୀର ଏବଂ ଦୀପିକା ଆମେରିକା ଗସ୍ତରୁ ଫେରିଛନ୍ତି।
ଦୀପିକା ପାଦୁକୋନଙ୍କୁ ଶାହରୁଖ ଖାନଙ୍କ ‘ପଠାନ୍’ରେ ଦେଖିବାକୁ ମିଳିବ। ଅନ୍ୟପକ୍ଷରେ, ରଣବୀର ସିଂଙ୍କୁ ଶେଷ ଥର ପାଇଁ ଗତ ମେ ମାସରେ ମୁକ୍ତିଲାଭ କରିଥିବା ‘ଜୟେଶଭାଇ ଜୋରଦାର’ରେ ଦେଖିବାକୁ ମିଳିଥିଲା। ସମ୍ପ୍ରତି ସେ ଆଲିଆ ଭଟ୍ଟଙ୍କ ସହ କରଣ ଜୋହରଙ୍କ ନିର୍ଦ୍ଦେଶିତ ‘ରକି ଔର ରାନୀ କି ପ୍ରେମ କାହାନୀ’ ପାଇଁ ସୁଟିଂ କରୁଛନ୍ତି।
Follow Us