ଅମିତାଭଙ୍କୁ ଏୟାରପୋଡ ଗିଫ୍ଟ ଦେଇ କେମିତି ବ୍ୟବହାର ହେବ ଶିଖାଇଲେ ରଣବୀର

Advertisment
ଅମିତାଭଙ୍କୁ ଏୟାରପୋଡ ଗିଫ୍ଟ ଦେଇ କେମିତି ବ୍ୟବହାର ହେବ ଶିଖାଇଲେ ରଣବୀର

ମୁମ୍ବାଇ: ଜୋରସୋରରେ ଆଗେଇଚାଲିଛି ଫିଲ୍ମ 'ବ୍ରହ୍ମାସ୍ତ୍ର' ର ସୁଟିଂ | ଏହି ସମୟର ଏମିତି ଏକ ଫଟୋକୁ ଅମିତାଭ ନିଜ ଟ୍ୱିଟରରେ ସେୟାର କରିଛନ୍ତି ଯାହାକି ଏବେ ଭାଇରଲ ହେବାରେ ଲାଗିଛି | ଏହି ଫଟୋରେ ରଣବୀର ଅମିତାଭଙ୍କୁ ଏକ ଏୟାରପୋଡ ଉପହାର ଭାବେ ଦେଇଛନ୍ତି | ଅମିତାଭ ଏହାକୁ କିଭଳି ବ୍ୟବହାର କରିବେ ପଚାରିଥିଲେ | ଏହା ପରେ ରଣବୀର ତାଙ୍କୁ ଏହାର ବ୍ୟବହାର କରିବାର ବାଟ ମଧ୍ୟ କହିଥିଲେ | ଏହାକୁ ନେଇ ଅମିତାଭ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ ବିନା ତାରରେ କିଭଳି ଶୁଣିହେବ ତାହା ରଣବୀର ମୋତେ ଶିଖାଇଦେଲେ |


ସୂଚନାଯୋଗ୍ୟ ‘ବ୍ରହ୍ମାସ୍ତ୍ର’ରେ ନାୟକ ଓ ନାୟିକା ଭୂମିକାରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିବ। ଏହାଛଡ଼ା ମୌନୀ ରୟ, ଅମିତାଭ ବଚ୍ଚନ ଓ ନାଗାର୍ଜୁନ ପ୍ରମୁଖଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଚର୍ଚ୍ଚା ହେଉଛି ଯେ ଅୟାନ୍‌ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ‘ବ୍ରହ୍ମାସ୍ତ୍ର’ରେ ରଣବୀର କପୁର ଜଣେ ଡ଼ିଜେ ଭୂମିକାରେ ନଜର ଆସିବେ।

ଶୁଣିବାକୁ ମିଳୁଛି ଯେ ରଣବୀରଙ୍କ ଚରିତ୍ରଟି ଏଭଳି ଜଣେ ଡ଼ିଜେର, ଯିଏ ନିଜ ପିତାଙ୍କ ଇଛା ବିରୁଦ୍ଧରେ ଯାଇ ଘର ଛାଡ଼ି ଚାଲିଯାଏ। ତା’ପରେ ସେ ନିଜର ସ୍ୱପ୍ନ ପୂରଣ କରିବାକୁ ଅଗ୍ରସର ହୁଏ। ଏଭଳି ସମୟରେ ତା’ ଭିତରେ ସୁପର ପାଓ୍ଵାର୍‌ ଆସିଥାଏ। ‘ବ୍ରହ୍ମାସ୍ତ୍ର’ର ପ୍ରତ୍ୟେକ ଚରିତ୍ରଙ୍କ ପାଖରେ କିଛି ନା କିଛି ସୁପର ପାଓ୍ଵାର ରହିଛି। କୁହାଯାଉଛି ଯେ ରଣବୀରଙ୍କ ପାଖରେ ଏମିତି ଶକ୍ତି ଅଛି, ଯାହା ଫଳରେ ସେ ନିଜ ହାତ ପାପୁଲିରେ ନିଆଁ ସୃଷ୍ଟି କରିପାରନ୍ତି। ଏହା ୨୦୨୦ ଡିସେମ୍ବର ୪ ତାରିଖରେ ପରଦାକୁ ଆସିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe