The Live Mirror
ଅନେକ ବଡ ବଡ କ୍ରିକେଟ୍ କିଂବଦନ୍ତିଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ ହେଇଛି। ସେଥିମଧ୍ୟରୁ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି ଏବଂ ମହମ୍ମଦ ଅଜହରୁଦ୍ଦିନ ଅନ୍ୟତମ। ଏବେ ପାଳି ପଡ଼ିଛି ଭାରତୀୟ ପୂର୍ବତନ କ୍ରିକେଟ୍ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର। ତାଙ୍କ ଜୀବନୀକୁ ନେଇ ଖୁବ୍ ଶୀଘ୍ର ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ସେ ମଧ୍ୟ ଏଥିପାଇଁ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି।
ଏହା ଏକ ବିଗ୍ ବଜେଟ୍ ଫିଲ୍ମ ହେବ। ଏଥିପାଇଁ ପ୍ରାୟ ୨୦୦ରୁ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଦାଦାଙ୍କ ଭୂମିକା ପାଇଁ ଅନେକ ଅଭିନେତା ଏହି ଦୌଡରେ ସାମିଲ୍ ହୋଇଛନ୍ତି କିନ୍ତୁ ଶୀର୍ଷରେ ରହିଛନ୍ତି ରଣବୀର କପୁର। ଏଥିପାଇଁ ରଣବୀର କପୁରଙ୍କୁ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବା ନେଇ ଅନୁମାନ କରାଯାଉଛି।
Follow Us