ଆଲିଆ ଓ ରଣବୀରଙ୍କ ପରୀକୁ ଦେଖିବାକୁ ହେଲେ ମାନିବାକୁ ପଡ଼ିବ ଏଭଳି ସର୍ତ୍ତ

Advertisment
ଆଲିଆ ଓ ରଣବୀରଙ୍କ ପରୀକୁ ଦେଖିବାକୁ ହେଲେ ମାନିବାକୁ ପଡ଼ିବ ଏଭଳି ସର୍ତ୍ତ

ମୁମ୍ବାଇ: ରଣବୀର ଓ ଆଲିଆ ସେମାନଙ୍କ କୁନି ପରୀକୁ ନେଇ ଘରେ ପହଞ୍ଚି ସାରିଛନ୍ତି। ସେମାନଙ୍କ କୁନି ଝିଅର ସ୍ବାଗତମ ପାଇଁ କପୁର ପରିବାର ଜୋର୍‌ସୋର୍‌ରେ ପ୍ରସ୍ତୁତି କରିଥିବା ଦେଖିବାକୁ ମିଳିଥିଲା। ତେବେ ଆଲିଆ ଓ ରଣବୀରଙ୍କ ଝିଅର ଗୋଟିଏ ଝଲକ ପାଇବା ପାଇଁ ତାଙ୍କ ପ୍ରଶଂସକମାନେ ଜଗି ବସିଛନ୍ତି। କୁନି ପରୀର ଝଲକ ପାଇବା ଅପେକ୍ଷା କରି ରହିଥିବା ଲୋକଙ୍କ ପାଇଁ ଏକ ଖବର ରହିଛି। ଏଣିକି ଆଲିଆଙ୍କ କୁନି ପରୀକୁ ଦେଖିବା ସହଜ ହେବ ନାହିଁ। ଏଥିପାଇଁ ରହିଛି କିଛି ସର୍ତ୍ତ।

କଳା ରଂଗର ରେଞ୍ଜ୍‌ ରୋଭର୍‌ କାର୍‌ରେ ହସ୍ପିଟାଲ୍‌ରୁ ରଣବୀର ଆଲିଆ ସେମାନଙ୍କ ଝିଅକୁ ଘରକୁ ନେଇ ଯାଉଥିବା ବେଳର ଫଟୋ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇଥିଲା। ଏଥିସହିତ ଆଲିଆ ମା’ ବନିବା ପରେ ତାଙ୍କ ନବଜାତ ବୋଲି ଦର୍ଶାଇ ଅନେକ ନକଲି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ହେଲେ ଆଲିଆ ଏପର୍ଯ୍ୟନ୍ତ ନିଜର କୌଣସି ସୋସିଆଲ ମିଡିଆ ଆକାଉଣ୍ଟରେ ଝିଅର ଫଟୋ ସେୟାର କରି ନଥିବା ନଜରକୁ ଆସିଛି।

ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି କି ରଣବୀର ଓ ଆଲିଆ ଚାହୁଁ ନାହାନ୍ତି କି ତାଙ୍କ ଝିଅର ଫଟୋ କେହି ଉଠାନ୍ତୁ। ଏଥିସହିତ ତାଙ୍କ ଝିଅକୁ ଯେଉଁମାନେ ଭେଟିବାକୁ ଆସିବେ, ସେମାନେ ଯେମିତି ଫଟୋ ନ ଉଠାନ୍ତି ସେଥିପାଇଁ ସର୍ତ୍ତ ରଖିଛନ୍ତି ଦୁହେଁ। ଏଥିସହିତ ତାଙ୍କ ଝିଅକୁ ଭେଟିବାକୁ ଆସୁଥିବା ଲୋକଙ୍କୁ କୋଭିଡ଼ ନେଗେଟିଭ ରିପୋର୍ଟ ମଧ୍ୟ   ଦେଖାଇବାକୁ ପଡ଼ିବ। ଦୁହେଁ ତାଙ୍କ ଝିଅର ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହିପରି ସର୍ତ୍ତ ରଖିଛନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe