ଆରମ୍ଭ ହେଲା ବିବାହ ଉତ୍ସବ: ଆଲିଆଙ୍କୁ ଏହି ଉପହାର ଦେବେ ରଣବୀର, ଜୋତା ଚୋରି ପାଇଁ ଗାର୍ଲ ଗ୍ୟାଙ୍ଗ୍‌ଙ୍କୁ ମିଳିବ...

Advertisment
ଆରମ୍ଭ ହେଲା ବିବାହ ଉତ୍ସବ: ଆଲିଆଙ୍କୁ ଏହି ଉପହାର ଦେବେ ରଣବୀର, ଜୋତା ଚୋରି ପାଇଁ ଗାର୍ଲ ଗ୍ୟାଙ୍ଗ୍‌ଙ୍କୁ ମିଳିବ...

ମୁମ୍ବାଇ: ଆରମ୍ଭ ହୋଇଯାଇଛି ବହୁ ପ୍ରତୀକ୍ଷିତ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଉତ୍ସବ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ସେଲିବ୍ରେଟି ବିବାହ ବଡ଼ ଧୁମ୍‌ଧାମ୍‌ରେ ହେବାକୁ ଥିବା ବେଳେ ଆଜି ସେମାନଙ୍କ ମେହେନ୍ଦୀ ଓ ସଂଗୀତ। ଆସନ୍ତାକାଲି ବିବାହ ହେବ ବୋଲି ସୂଚନା ରହିଛି।

publive-image The Indian Express

ତେବେ ସେମାନଙ୍କ ବିବାହକୁ ନେଇ ସେମାନେ ପୂର୍ବରୁ ଗଣମାଧ୍ୟମରେ କୌଣସି ସୂଚନା ଦେଇନାହାନ୍ତି। ସେମାନେ ସେମାନଙ୍କ ବିବାହକୁ ଗୋପନ ରଖିବାକୁ ଯଥା ଚେଷ୍ଟା କରିଥିବା ଦେଖିବାକୁ ମିଳିଛି।

ତେବେ, ବିଶେଷ ସୂତ୍ରରୁ ସୂଚନା ମିଳିଛି ଯେ ରଣବୀରଙ୍କ ଜୋତା ଚୋରାଇବାକୁ ଥିବା ଆଲିଆଙ୍କ ଗାର୍ଲ ଗ୍ୟାଙ୍ଗ୍‌(ବାଳିକା ଦଳ)ଙ୍କୁ ୧ ଲକ୍ଷ ଟଙ୍କା ଦେବାକୁ କପୁର ପରିବାର ଟାର୍ଗେଟ ରଖିଛନ୍ତି।

ତେବେ, ରଣବୀରଙ୍କ ବିବାହ ମଣ୍ଡପରେ ପହଞ୍ଚିବାକୁ ଭଉଣୀ ରିଦିମା ଓ ମାଆ ନିତୁ କପୁର ଘରୁ ବ‌ାହାରି ଯାଇଛନ୍ତି। ସେମାନେ ଘରୁ ଗାଡ଼ିରେ ବାହାରିବା ସମୟରେ ଭିଡିଓ ଭାଇରାଲ୍‌ ହୋଇଛି।

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ରଣବୀର ତାଙ୍କ ଭାବି ପତ୍ନୀ ଆଲିଆଙ୍କୁ ଉପହାର ଆକାରରେ ଏକ ୱେଡିଂ ବ୍ୟାଣ୍ଡ୍‌ ଦେବାକୁ ଯାଉଛନ୍ତି। ଏହି ବ୍ୟାଣ୍ଡ୍‌ରେ ୮ ଖଣ୍ଡ ହୀରା ଲାଗିଛି। ରଣବୀରଙ୍କର ଜଣେ ବନ୍ଧୁ ଏହି ସୂଚନା ଦେଇଛନ୍ତି।

ଏହା ବ୍ୟତୀତ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡି‌ଓରେ ଦେଖିବାକୁ ମିଳୁଛି ଯେ ରଣବୀର-ଆଲିଆଙ୍କ ବିବାହ ମଣ୍ଡପକୁ ଯେଉଁମାନେ ଯାଉଛନ୍ତି ସେମାନଙ୍କ ମୋବାଇଲ୍‌ କ୍ୟାମେରାରେ ସେଲୋ ଟେପ୍‌ ଲଗାଯାଇ ତାହାକୁ ବନ୍ଦ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe