ବିବାହ ସହ ଜଡ଼ିତ ସୂଚନା ସାମ୍ନାକୁ ଆସିବା ପରେ ବାହାଘରର ତାରିଖ ବଦଳାଇଲେ ଆଲିଆ-ରଣବୀର

ବିବାହ ସହ ଜଡ଼ିତ ସୂଚନା ସାମ୍ନାକୁ ଆସିବା ପରେ ବାହାଘରର ତାରିଖ ବଦଳାଇଲେ ଆଲିଆ-ରଣବୀର

indiatoday

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିବାହର ପ୍ରକୃତ ତାରିଖକୁ ନେଇ ଏବେ ଦ୍ୱନ୍ଦ୍ୱ ଉପୁଜିଛି। ଆଲିଆଙ୍କ କିଛି ବନ୍ଧୁ ଏପ୍ରିଲ୍ ୧୪ରେ ଦୁହିଁଙ୍କ ବିବାହ ହେବ ବୋଲି କହିଥିବା ବେଳେ କିଛି ଏପ୍ରିଲ୍ ୧୫ ରେ ବିବାହ ହେବ ବୋଲି କହିଥିଲେ। ଏବେ ବିବାହ କାର୍ଯ୍ୟକ୍ରମର ସମସ୍ତ ସୂଚନା ସାମ୍ନାକୁ ଆସିବାରୁ ଆଲିଆ ଏବଂ ରଣବୀର ବିବାହ ତାରିଖ ବଦଳାଇଦେଇଥିବା ନେଇ ସୂଚନା ମିଳୁଛି।

ବର୍ତ୍ତମାନ ଆଲିଆଙ୍କ ସାବତ ଭାଇ ରାହୁଲ ଭଟ୍ଟ ପ୍ରକାଶ କରିଛନ୍ତି ଯେ, ଦୁହେଁ ସେମାନଙ୍କ ବିବାହ ତାରିଖ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁହେଁ ପୂର୍ବରୁ ଏପ୍ରିଲ ୧୪ରେ ବିବାହ କରିବେ ବୋଲି ତାରିଖ ଠିକ କରିଥିଲେ। କିନ୍ତୁ ଗଣମାଧ୍ୟମରେ ଏନେଇ ସୂଚନା ଲିକ ହେବା ପରେ ଏବେ ଦୁହେଁ ତାରିଖ ଘୁଞ୍ଚାଇବାକୁ ମନସ୍ଥ କରିଛନ୍ତି। ହେ‌ଲେ ଏପ୍ରିଲ ୨୦ ମଧ୍ୟରେ ଦୁହିଁଙ୍କ ବିବାହ ହେବ।

ଆଲିଆଙ୍କ ବାପା ମହେଶ ଭଟ୍ଟଙ୍କୁ ଏବିଷୟରେ ପଚରାଯିବା ପରେ ସେ କହିଥିଲେ ଯେ, ରଣବୀରଙ୍କ ମା’ ନୀତୁ କପୁର ମୋତେ କିଛି ସୂଚନା ନଦେବାକୁ ଅନୁ‌ରୋଧ କରିଛନ୍ତି।ମୁଁ କିପରି ତାଙ୍କ ଅନୁରୋଧକୁ ଅବମାନନା କରିପାରିବି।

ତେବେ ଗତକାଲି ଆଲିଆ-ରଣବୀରଙ୍କ ବିବାହ ଡିସେମ୍ବର ୨୦୨୦ରେ ହୋଇଥାନ୍ତା ବୋଲି କହିଥି‌ଲେ ସୁବାଷ ଘାଇ। ସେ କହିଥିଲେ ଯେ, ମୋର ମନେ ଅଛି ଜାନୁଆରି ୨୦୨୦ରେ, ଯେତେବେଳେ ମୁଁ ଋଷି କପୁରଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିଲି, ସେ ମୋତେ ରଣବୀର-ଆଲିଆଙ୍କ ବିବାହ କଥା କହିଥିଲେ। ଭଲ ବନ୍ଧୁ ଭାବରେ ସେ ମୋତେ ରଣବୀରଙ୍କ ବିବାହ କରିବାକୁ ଚିନ୍ତା କରୁଥିବା ବିଷୟରେ କହିଥିଲେ ଏବଂ ଆମେ ଏ ବିଷୟରେ କିଛି ସମୟ ଧରି କଥା ହୋଇଥିଲୁ। ଡିସେମ୍ବର ୨୦୨୦ରେ ଆଲିଆଙ୍କ ସହ ତାଙ୍କ ପୁଅ ରଣବୀରଙ୍କ ବିବାହ କରିବାକୁ ଯୋଜନା କରୁଥିବା ବିଷୟରେ ସେ ମୋତେ ଜଣାଇଥିଲେ। ହେଲେ କିଛି ମାସ ପରେ ତାଙ୍କର ହଠାତ୍ ଦେହାନ୍ତ ହେବାରୁ ସବୁ ଯୋଜନାକୁ ଅଟକାଇ ଦିଆଯାଇଥିଲା। ଏବେ ଦୁହେଁ ବିବାହ କରି ଋଷିଜୀଙ୍କ ସ୍ବପ୍ନ ପୂରଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe