photo-the economic times
ମୁମ୍ବାଇ: ‘ଜଗ୍ଗା ଜାସୁସ୍’ର ଅସଫଳତା ପରେ ଅଭିନେତା ରଣବୀର କପୁର, ନିର୍ଦ୍ଦେଶକ ଅନୁରାଗ ବାସୁ ଓ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍ ନିଷ୍ପତ୍ତି ନେଇଥିଲେ କି ଯେଉଁ ପର୍ଯ୍ୟନ୍ତ କୌଣସି ସିନେମା ରିଲିଜ୍ ପାଇଁ ପ୍ରସ୍ତୁତ ହୋଇ ନ ଥିବ,ସେପର୍ଯ୍ୟନ୍ତ ମିଡିଆ ଆଗରେ ସେହି ସିନେମା ସଂପର୍କରେ କିଛି କହିବେ ନାହିଁ। ସେମାନେ ଭାବନ୍ତି ଯେ ଆଗରୁ ମିଡିଆକୁ ଜଣାଇଲେ ଏବଂ ଯଦି କୌଣସି କାରଣବସତଃ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚଯାଏ ତେବେ ଲୋକଙ୍କର ସେହି ଫିଲ୍ମକୁ ନେଇ ଆଗ୍ରହ କମିଯାଏ। ଏମିତିକି କେହି କେହି ମନେ କରନ୍ତି ଯେ ତାହା ପୁରୁଣା ବା ଆଉଟ୍ ଡେଟେଡ୍ ଫିଲ୍ମ ବୋଲି କେତେକ ଅପପ୍ରଚାର ଚଳାଇଥାଆନ୍ତି।
ଏବେ ରଣବୀର କପୁର ତାଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ରିଲିଜ୍ ତାରିଖ ଘୁଞ୍ଚିଥିବାରୁ ଚିନ୍ତାରେ ଅଛନ୍ତି। ରଣବୀରଙ୍କ ପୂର୍ବ ସିନେମା ‘ସଂଜୁ’ ରିଲିଜ୍ ହେବାର ଇତିମଧ୍ୟରେ ବର୍ଷକରୁ ଅଧିକ ସମୟ ହୋଇଗଲାଣି। ଜଣେ ଅଭିନେତାଙ୍କର ଗୋଟିଏ ସିନେମାରୁ ଆର ସିନେମା ରିଲିଜ୍ ମଧ୍ୟରେ ଏତେ ଲମ୍ବା ବ୍ୟବଧାନକୁ ପସନ୍ଦ କରନ୍ତି ନାହିଁ ରଣବୀର କପୁର। ରଣବୀର କହିଛନ୍ତି ଯେ ‘ବ୍ରହ୍ମାସ୍ତ୍ର’ର କଂପ୍ୟୁଟର ଗ୍ରାଫିକ୍ସ କାମ ଶେଷ ହୋଇପାରି ନଥିବା ହେତୁ ଏହାର ରିଲିଜ୍ ରେ ବିଳମ୍ବ ହେଉଛି। ଏଥିରେ ତାଙ୍କର କିଛି ଭୂମିକା ନାହିଁ।
photo-youtubeଏଠାରେ ସୂଚନାଯୋଗ୍ୟ ଯେ ‘ବ୍ରହ୍ମାସ୍ତ୍ର’ରେ ରଣବୀର କପୁରଙ୍କ ବ୍ୟତୀତ ଆଲିଆ ଭଟ୍ଟ,ମୌନୀ ରୟ,ଅମିତାଭ ବଚ୍ଚନ ଓ ନାଗାର୍ଜୁନ ପ୍ରମୁଖଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।
Follow Us