Advertisment

ପ୍ରଥମଥର ପାଇଁ ଅଭିନେତା ରଣବୀର କପୁର ‘ଆନିମଲ’କୁ ନେଇ ସୃଷ୍ଟି ହୋଇଥିବା ବିବାଦ ପ୍ରସଙ୍ଗରେ ମୁହଁ ଖୋଲି ଦେଲେ ଏଭଳି ପ୍ରତିକ୍ରିୟା

Advertisment
ପ୍ରଥମଥର ପାଇଁ ଅଭିନେତା ରଣବୀର କପୁର ‘ଆନିମଲ’କୁ ନେଇ ସୃଷ୍ଟି ହୋଇଥିବା ବିବାଦ ପ୍ରସଙ୍ଗରେ ମୁହଁ ଖୋଲି ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ:  ଡିସେମ୍ବର ୧ ତାରିଖରେ ରିଲିଜ ହୋଇଥିବା ‘ଆନିମଲ’ ସିନେମା ବକ୍ସ ଅଫିସରେ ଧମାକା କରିବା ସହ ବମ୍ପର କଲେକ୍ସନ କରି ସଫଳତା ହାସଲ କରି ଚାଲିଛି । ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା ରଣବୀର କାପୁରଙ୍କୁ ସିନେମାରେ ଯେଉଁ ହିଂସ୍ର ଅବତାରରେ ଦେଖାଇଛନ୍ତି ତାହାକୁ ନେଇ କିଛିଲୋକ ପସନ୍ଦ କରୁଥିବା ବେଳେ ଆଉ କିଛିଲୋକ ନାପସନ୍ଦ କରି ଟ୍ରୋଲ କରୁଛନ୍ତି।

ନିକଟରେ ଜାଭେଦ ଅଖତର ବି ‘ଆନିମଲ’ ସିନେମାକୁ ବିପଦଜ୍ଜନକ ବୋଲି କହିଥିଲେ । ତେବେ ପ୍ରଥମଥର ପାଇଁ ଅଭିନେତା ରଣବୀର କପୁର ‘ଆନିମଲ’କୁ ନେଇ ସୃଷ୍ଟି ହୋଇଥିବା ବିବାଦ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି।

ରଣବୀର କପୁର କହିଛନ୍ତି, ‘ସିନେମାକୁ ମିଳିଥିବା ସଫଳତା ପାଇଁ ମୁଁ କୃତଜ୍ଞ। ‘ଆନିମଲ’କୁ ନେଇ ଲୋକେ କଡ଼ା ସମାଲୋଚନା କରୁଛନ୍ତି। ଏହା ସତ୍ତ୍ବେ ବି ସିନେମା ପ୍ରେକ୍ଷାଳୟରେ ତାହାର ପସରା ମେଲାଇ ଚାଲିଛି। ତେଣୁ ଏଥିରୁ ଆପଣ ଜାଣିନେବା ଉଚିତ କି ଆପଣଙ୍କ ନାପସନ୍ଦ ସିନେମାର ସଫଳତାକୁ ରୋକି ପାରିବ ନାହିଁ।

ସିନେମା ରିଲିଜକୁ ୪୦ଦିନ ବିତିଯାଇଥିବା ବେଳେ ଏହା ୫୫୦କୋଟି ଟଙ୍କାର ବ୍ୟବସାୟ କରି ସାରିଲାଣି। ସିନେମା ହଲରେ ଆନିମଲ ଯେଉଁଭଳି ଭାବରେ ବ୍ୟବସାୟ କରୁଛି ତାହା ଶାହାରୁଖାନଙ୍କ ଦୁଇଟି ବଡ ବ୍ଲକବଷ୍ଟର ଫିଲ୍ମ ‘ପଠାନ’ ଏବଂ ‘ଯବାନ’କୁ ଟକ୍କର ଦେଇଛି । ଏହି ଆନିମଲ ଫିଲ୍ମ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଭଲ ରୋଜଗାର କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe