ଫଟୋ ଉଠାଉଥିବା ଯୁବକଙ୍କୁ ଠେଲି ଟ୍ରୋଲ୍ ହେଲେ ରଣବୀର

ରଣବୀର କପୁରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଫଟୋ ଉଠାଉଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଠେଲିଦେଉଛନ୍ତି। ଏଭଳି କାମ ପାଇଁ ଏବେ ଅଭିନେତାଙ୍କୁ ଟ୍ରୋଲ କରାଯାଉଛି।

aliaranv

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ମା' ତଥା ଅଭିନେତ୍ରୀ ସୋନି ରଜଦାନଙ୍କ ଜନ୍ମଦିନ ପାଳନ କରିବାକୁ ବାହାରକୁ ଯାଇଥିଲେ ଅଭିନେତ୍ରୀ ଆଲିଆ ଓ ଅଭିନେତା ରଣବୀର କପୁର | ସାଥିରେ ଥିଲେ ଦୁହିଁଙ୍କ ପରିବାର | ରାତ୍ରୀ ଭୋଜନରେ ସମସ୍ତେ ବାହାରକୁ ଯାଇଥିବା ବେଳେ ରଣବୀର କପୁର କରିଥିବା କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ରାତ୍ରୀ ଭୋଜନରୁ ଫେରୁଥିବାବେଳେ ଆଲିଆ ହସଖୁସିରେ ଉପସ୍ଥିତ ପ୍ରଶଂସକଙ୍କୁ ଭେଟିଥିବାବେଳେ ରଣବୀର କପୁର ଏପରି କିଛି କରିଥିଲେ ଯେଉଁଥିପାଇଁ ତାଙ୍କୁ ଟ୍ରୋଲ କରାଯାଇଛି। ରଣବୀରଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଫଟୋ ଉଠାଉଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଠେଲିଦେଉଛନ୍ତି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ରଣବୀର ତାଙ୍କ ପତ୍ନୀ ଆଲିଆଙ୍କ ସହ ତାଙ୍କ କାର ଆଡକୁ ଆସୁଛନ୍ତି। ଆଲିଆ କାରରେ ବସିବା ମାତ୍ରେ ରଣବୀର ତାଙ୍କ କାର ପାଖରେ ଠିଆ ହୋଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ହାତ ଧରି ତାଙ୍କୁ ଅନ୍ୟ ପାର୍ଶ୍ୱକୁ ଟାଣିଦେଉଛନ୍ତି ।

Ranbir Kapoor ने पैपराजी को दिया धक्का! हुए ट्रोल, नेटिजन्स बोले- 'शर्म आनी चाहिए

ବର୍ତ୍ତମାନ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କର ଏଭଳି କାମ  ପାଇଁ ଅଭିନେତାଙ୍କୁ ଟ୍ରୋଲ କରୁଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe