ଦୀର୍ଘ ୧୭ ବର୍ଷ ପରେ ଭଂସାଲୀଙ୍କ ଫିଲ୍ମ‌ରେ ନଜର ଆସିବେ ରଣବୀର

Advertisment
ଦୀର୍ଘ ୧୭ ବର୍ଷ ପରେ ଭଂସାଲୀଙ୍କ ଫିଲ୍ମ‌ରେ ନଜର ଆସିବେ ରଣବୀର

ମୁମ୍ବାଇ: ଦୀର୍ଘ ବର୍ଷର ବିବାଦ ଉପରେ ‌ଶେଷରେ ପୂର୍ଣ୍ଣଛେଦ ପଡ଼ିଛି। ଶେଷରେ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମରେ ନଜର ଆସିବେ ଅଭିନେତା ରଣବୀର କପୁର। ଭଂସାଲୀ ତାଙ୍କର ଆଗାମୀ ଚଳଚ୍ଚତ୍ର ‘ଲଭ୍ ଆଣ୍ଡ ୱାର’ରେ ରଣବୀରଙ୍କକୁ ସାଇନ୍‌ କରାଇଥିବା ଘୋଷଣା ହୋଇଛି।

ସଞ୍ଜୟ ଲୀଲା ଭଂସାଲୀଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ଲଭ୍ ଆଣ୍ଡ ୱାର’ରେ ନଜର ଆସିବେ ହିଟ୍ ଯୋଡି। ୩ସୁପରଷ୍ଟାର କରିବେ ସ୍କ୍ରିନ ସେୟାର। ପୂର୍ବରୁ ଏହି ୩ଜଣ ଏକାଠି କାମ କରିନଥିବା ବେଳେ ପ୍ରଥମ କରି ୩ଜଣ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ଏହି ୩ଜଣ ସୁପରଷ୍ଟାର ହେ‌ଲେ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ବିକି କୌଶଲ ।

ତେବେ ଏହି ଘୋଷଣା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବୃଦ୍ଧି ପାଇଛି। କାରଣ ଦୀର୍ଘ ୧୭ ବର୍ଷ ହେବ ରଣବୀର ଓ ଭଂସାଲୀଙ୍କ ମଧ୍ୟରେ ବିବାଦ ରହିଥିଲା ବୋଲି ସଭିଏଁ ଜାଣନ୍ତି। ଏବେ ଚର୍ଚ୍ଚା ହେଉଛି ଯେ ବୋଧହୁଏ ଆଲିଆ ମଧ୍ୟସ୍ତି ସାଜି ରଣବୀର ଓ ଭଂସାଲୀଙ୍କ ମଧ୍ୟରେ ସମାଧାନ କରିଛନ୍ତି।

ଆପଣ ଜାଣିଥିବେ ଯେ ଭଂସାଲୀଙ୍କ ନିର୍ଦ୍ଦେଶିତ ‘ସାୱରିୟା’ ଫିଲ୍ମରେ ରଣବୀର ଡେବ୍ୟୁ କରିଥିଲେ। ହେଲେ ଏହି ସିନେମାଟି ବିଶେଷ ହିଟ୍‌ ହୋଇପାରିନଥିଲା। ଯେଉଁ କାରଣରୁ ରଣବୀର ଆଉ ଭଂସାଲୀଙ୍କ ଫିଲ୍ମରେ ନଜର ଆସିଲେ ନାହିଁ। ରଣବୀର ଦୂରତା ବଜାୟ ରଖିବା କଥା ଭଂସାଲୀଙ୍କୁ ପସନ୍ଦ ହେଲାନି। ସେ ମଧ୍ୟ ତାଙ୍କୁ ଆଉ ନିଜ ଫିଲ୍ମରେ ନେଲେ ନାହିଁ। ହେଲେ ନିକଟ ଅତୀତରେ ଭଂସାଲୀଙ୍କ ଫିଲ୍ମ ‘ଗଙ୍ଗୁବାଇ’ରେ ରଣବୀରଙ୍କ ପତ୍ନୀ ଆଲିଆ କମାଲ କରିଥିଲେ। ଏବେ ଲାଗୁଛି ଆଲିଆ ହିଁ ସେ ଦୁହିଁଙ୍କ ମଧ୍ୟରେ ପ୍ୟାଚ୍‌-ଅପ୍‌ କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe