ବିବାହ ପରେ ଖଟ ଉପରେ ଆଲିଆ କରୁଥିବା ଏହି କାମକୁ ପସନ୍ଦ କରନ୍ତିନି ରଣବୀର

ବିବାହ ପରେ ଖଟ ଉପରେ ଆଲିଆ କରୁଥିବା ଏହି କାମକୁ ପସନ୍ଦ କରନ୍ତିନି ରଣବୀର

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ବଲିଉଡର ଲୋକପ୍ରିୟ ଯୋଡିମାନଙ୍କ ମଧ୍ୟରୁ ଅନ୍ୟତମ। ବିବାହର କିଛି ସମୟ ପରେ ଉଭୟ ପିତାମାତା ହୋଇଥିଲେ ଏବଂ ବର୍ତ୍ତମାନ ଦୁହେଁ ଝିଅ ରାହା ସହିତ ପିତାମାତା ହେବାର ଅନୁଭବକୁ ଉପଭୋଗ କରୁଛନ୍ତି। ସବୁବେଳେ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହୁଥିବା ଏହି ଦୁଇ କଳାକାର ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଉଭୟ ଉଭୟଙ୍କ ଖରାପ ଅଭ୍ୟାସ ବିଷୟରେ ଖୁଲାସା କରିଥିବା ବେଳେ ଏ‌ବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଫିଲ୍ମ ରାମାୟଣରେ ପ୍ରଭୁ ରାମ ଏବଂ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିବା ନେଇ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ, ବଲିଉଡ ବବଲକୁ ଦେଇଥିବା ଏକ ସାକ୍ଷାତକାରରେ ରଣବୀର ଆଲିଆଙ୍କ ଶୋଇବା ଅଭ୍ୟାସକୁ ପସନ୍ଦ କରନ୍ତିନି ବୋଲି କହିଛନ୍ତି। ସେ କହିଛନ୍ତି, 'ଯେତେବେଳେ ଆଲିଆ ଖଟ ଉପରେ ଶୋଇଥା’ନ୍ତି, ସେତେବେଳେ ମୋ ପାଇଁ ଶୋଇବାର ସ୍ଥାନ କମ ହେବାକୁ ଲାଗେ। କାରଣ ଆଲିଆଙ୍କୁ ନିଦ ହେବା ପରେ ସେ ଅଧା ଖଟକୁ କବଜା କରିନିଅନ୍ତି। ତାଙ୍କା ମୁଣ୍ଡ ଗୋଟିଏ ଆଡେ ହେଲେ ହାତ ଓ ଗୋଡ ଅନ୍ୟ ଆଡେ ଥ‌ାଏ। ଏହି କାରଣରୁ ମୁଁ ଧୀରେ ଧୀରେ ଖଟର ଏକ କୋଣକୁ ଚାଲିଯାଏ। ବିବାହ ପରେ ମୋତେ ଆଲିଆଙ୍କ ଏହି ଖରାପ ଗୁଣକୁ ସହିବାକୁ ପଡ଼ୁଛି। ରାହା ଆସିବା ପରେ ବି ଏହା ବଦଳିନାହିଁ।

ଅନ୍ୟପକ୍ଷରେ ରଣବୀରଙ୍କ କେଉଁ ଅଭ୍ୟାସକୁ ପସନ୍ଦ କରନ୍ତିନି ବୋଲି ଆଲିଆଙ୍କୁ ପଚରାଯିବା ପରେ ସେ କହିଥିଲେ, ରଣବୀରଙ୍କ ନୀରବତା। ଯେତେବେଳେ ମୁଁ ତାଙ୍କୁ କିଛି ପଚାରେ, ସେ ନୀରବ ରୁହନ୍ତି। ବେଳେବେଳେ ମୁଁ ତାଙ୍କୁ ହଲାଇ ପଚାରିବାକୁ ଚେଷ୍ଟା କରେ, ତଥାପି ସେ ଉତ୍ତର ଦିଅନ୍ତି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe