୪୦ ବର୍ଷରେ ପାଦ ଦେଲେ ରଣବୀର କପୁର, ଜନ୍ମଦିନ ପାର୍ଟିରେ ନଜର ଆସିଲେ ଏହି ବଡ଼ ବ୍ୟକ୍ତିଗଣ

Advertisment
୪୦ ବର୍ଷରେ ପାଦ ଦେଲେ ରଣବୀର କପୁର, ଜନ୍ମଦିନ ପାର୍ଟିରେ ନଜର ଆସିଲେ ଏହି ବଡ଼ ବ୍ୟକ୍ତିଗଣ

www.indiatoday.in

ମୁମ୍ବା‌ଇ: ୪୦ ବର୍ଷରେ ପାଦ ଦେଲେ ଅଭିନେତା ରଣବୀର କପୁର୍‌। ସେପ୍ଟେମ୍ବର ୨୮ ତାରିଖ (ଆଜି) ରଣବୀରଙ୍କ ଜନ୍ମଦିନ। ତାଙ୍କୁ ଆଜିର ଦିନରେ ୩୯ ବର୍ଷ ପୂରି ଯାଇ ୪୦ ବର୍ଷ ଚାଲିଛି। ସେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଏକ ଜନ୍ମଦିନ ପାର୍ଟିର ଆୟୋଜନ କରିଛନ୍ତି।

ଆଲିଆ ଭଟ୍ଟଙ୍କୁ ବିବାହ କରିବା ପରେ ଏହା ହେଉଛି ରଣବୀରଙ୍କ ପ୍ରଥମ ଜନ୍ମଦିନ। ରଣବୀରଙ୍କ ମାଆ ନିତୁ କପୁର, ସିନେ ନିର୍ଦ୍ଦେଶକ କରଣ ଜୋହର, ଅଭିନେତା ଆଦିତ୍ୟ ରୟ କପୁର, ମୁକେଶ ଅମ୍ବାନୀଙ୍କ ପୁଅବୋହୂ ଆକାଶ ଓ ଶ୍ଳେକା ଅମ୍ବାନୀଙ୍କୁ ମଧ୍ୟ ଏହି ପାର୍ଟିରେ ପହଞ୍ଚିଥିବାର ଦେଖିବାକୁ ମିଳିଛି।

ନିକଟରେ ରିଲିଜ୍‌ ହୋଇଥିବା ରଣବୀର ଓ ପତ୍ନୀ ଆଲିଆଙ୍କ ଅଭିନୀତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ବଡ଼ ସଫଳତା ପାଇବା ସହ ରଣବୀରଙ୍କ ଜନ୍ମଦିନ ହୋଇଥିବାରୁ ଅଭିନେତ‌ା ପାର୍ଟି ବଡ଼ ଧୁମ୍‌ଧାମ୍‌ରେ ଦେଉଛନ୍ତି।

ନିଜ ପରିବାର ଓ ବନ୍ଧୁବର୍ଗଙ୍କ ସହ ନିଜର ଜନ୍ମଦିନ ପାଳନ କରି ଅଭିନେତା ନିଜର ଖୁସି ବ୍ୟକ୍ତ କରିଛନ୍ତି। ନିକଟରେ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ରଣବୀର ନଜର ଆସିବା ପରେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଚଳଚ୍ଚିତ୍ରଟି ରିଲିଜ୍‌ ହେବା ପରଠାରୁ ରେକର୍ଡ ପରେ ରେକର୍ଡ କରିଚାଲିଛି।

ରଣବୀର ଖୁବ୍ ଶୀଘ୍ର ବାପା ବନିବାକୁ ଯାଉଛନ୍ତି। ଆପଣ ଜାଣିଥିବେ ଯେ ରଣବୀରଙ୍କ ପତ୍ନୀ ଆଲିଆ ଭଟ୍ଟ ଏବେ ଗର୍ଭବତୀ ଅଛନ୍ତି। ରଣବୀର ଓ ଆଲିଆ ଏବେଠାରୁ ସେମାନଙ୍କ ପିତୃତ୍ବ ଓ ମାତୃତ୍ବକୁ ଉପଭୋଗ କରୁଥିବାର ‌ଅଧିକାଂଶ ସମୟ‌ରେ ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe