Samaa TV
ମୁମ୍ବାଇ: କିଛି କଳାକାର ନିଜ କ୍ୟାରିୟରକୁ ଆଗକୁ ନେବା ପାଇଁ ବିବାହ ବା ବାପା ହେବାକୁ ଇଚ୍ଛା କରୁ ନଥିବା ବେଳେ ଏବେ ବଲିଉଡ଼୍ର ଚକୋଲେଟ୍ ବଏ ରଣବୀର କପବୁର ବାପା ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଫିଲ୍ମ ସଞ୍ଜୁ ପାଇଁ ଏବେ ରଣବୀର ଚର୍ଚ୍ଚାରେ ରହିଥିବା ବେଳେ ତାଙ୍କର ଏଭଳି ଇଚ୍ଛା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ପ୍ରକୃତ କଥା ହେଲା ରଣବୀର ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇ ଏପରି କହିଥିବା ଜଣା ପଡ଼ିଛି ।
/sambad/media/post_attachments/wp-content/uploads/2018/06/images-1-27.jpg) nmfnewsonline.com
 nmfnewsonline.comଟ୍ଵିଟରରେ ଜଣେ ତାଙ୍କୁ ସେ ପରଦା ଉପରେ ବାପାର ଚରିତ୍ର କରିବା ପାଇଁ ପସନ୍ଦ କରିବେ କି ନାହିଁ ବୋଲି ପଚାରିଥିଲେ । ଏହାର ଉତ୍ତର ରଖି "ମୁଁ ଫିଲ୍ମ ସଞ୍ଜୁ ଏବଂ ଅଞ୍ଜାନା ଅଞ୍ଜାନୀରେ ବାପା ହୋଇ ସାରିଛି । ଫିଲ୍ମ ସଞ୍ଜୁରେ ମୁଁ ଉଭୟ ପୁଅ ଏବଂ ବାପର ଚରିତ୍ର କରିଛି । ଯାହା ପରେ ଆଗାମୀ ଫିଲ୍ମରେ ମୁଁ ଦୁଇଟି ଯାକ ଚରିତ୍ର ଭଲ ଭାବରେ କରିପାରିବି ବୋଲି ମୋ ବିଶ୍ୱାସ ଆସି ଯାଇଛି । ଆଗକୁ ଯଦି ମୋତେ କୌଣସି ଫିଲ୍ମରେ ବାପା ଚରିତ୍ର ମିଳେ ମୁଁ ଖୁସିରେ ସେ ଚରିତ୍ରକୁ ଗ୍ରହଣ କରିବି" ବୋଲି କହିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2018/06/8nxq2ptyhidfgnua.D.0.Ranbir-Kapoor-Bachchan-Ae-Dil-Hai-Mushkil-Movie-Stills-640x324.jpg)