ସୁଟିଂକୁ ଫେରିଲେ ରଣବୀର

Advertisment
ସୁଟିଂକୁ ଫେରିଲେ ରଣବୀର

Tech for FTCP

ଲମ୍ବା ସମୟର ବ୍ୟବଧାନ ପରେ ସୁଟିଂକୁ ଫେରିଛନ୍ତି ଅଭିନେତା ରଣବୀର ସିଂହ। ରୋହିତ ସେଟ୍ଟୀଙ୍କ ହାସ୍ୟରସାତ୍ମକ ଚଳଚ୍ଚିତ୍ର ‘ସର୍କସ’ର ସୁଟିଂରେ ରଣବୀର ଯୋଗ ‌ଦେଇଛନ୍ତି। ମେହବୁବ୍‌ ଷ୍ଟୁଡିଓରୁ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଛି। ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ରଣବୀରଙ୍କ ସହ ଅଭିନେତ୍ରୀ ପୂଜା ହେଙ୍ଗ୍‌ଡେ ଓ ଜାକ୍‌ଲିନ୍‌ ଫର୍ଣ୍ଣାଡିସ୍‌ ନଜର ଆସିବେ। ଚଳଚ୍ଚିତ୍ରରେ ରଣବୀରଙ୍କ ଡବଲ ରୋଲ୍‌ ରହିବ ବୋଲି ଚର୍ଚ୍ଚା ହେଉଛି। ସେକ୍‌ସ୍‌ପିୟର୍‌ଙ୍କ ନାଟକ ‘ଦ କମେଡି ଅଫ୍ ଏରର୍‌’ରୁ ଚଳଚ୍ଚିତ୍ରର କାହାଣୀ ପ୍ରେରିତ ବୋଲି ସୂଚନା ମିଳିଛି। ଚଳଚ୍ଚିତ୍ରର ନାମ ଆଗରୁ ‘ଅଙ୍ଗୁର୍‌’ ରଖାଯାଇଥିଲା। କିନ୍ତୁ କପିରାଇଟ୍‌ ବିବାଦକୁ ଟାଣି ନ ହେବାକୁ ରୋହିତ ସେଟ୍ଟୀ ଚଳଚ୍ଚିତ୍ରର ନାମ ପରିବର୍ତ୍ତନ କରି ସର୍କସ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe