ମୁଁ ଏବେ ବି ଦୀପିକାଙ୍କୁ ପସନ୍ଦ କରେ: ‌ରଣବୀର କପୁର

Advertisment
ମୁଁ ଏବେ ବି ଦୀପିକାଙ୍କୁ ପସନ୍ଦ କରେ: ‌ରଣବୀର କପୁର

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅଭିନେତା ରଣବୀର କପୁରଙ୍କ ପ୍ରେମ ସମ୍ପକ ବଲିଉଡର ସବୁଠୁ ଚର୍ଚ୍ଚିତ ସମ୍ପର୍କ ମଧ୍ୟରୁ ଗୋଟିଏ। ଦୁହେଁ ସାଙ୍ଗ ହୋଇ ଫିଲ୍ମ କରିବା ସହ ପ୍ରେମରେ ପଡ଼ିଥିଲେ। ହେଲେ କିଛି ବର୍ଷ ପ‌ରେ ଦୁହିଁଙ୍କର ବ୍ରେକଅପ ହୋଇଥିଲା। ବ୍ରେକଅପ ପରେ ଦୀପିକା ଅବସାଦଗ୍ରସ୍ତ ହୋଇଥିବା କହିଥିଲେ। ଏମିତି କି କିଛି ସାକ୍ଷାତକାରରେ ଦୀପିକା ରଣବୀରଙ୍କୁ ଅସମ୍ମାନିତ ମଧ୍ୟ କରିଥିଲେ।

କିଛି ବର୍ଷ ତଳେ କଫି ଉଇଥ୍ କରଣକୁ ଆସି ଦୀପିକ‌ା ରଣବୀରଙ୍କୁ ନେଇ ଯେଉଁଭଳି ଭାବେ ଥଟ୍ଟା କରିଥିଲେ ତାହା ତାଙ୍କ ବାପା ତଥା ଅଭିନେତା ଋଷି କପୁରଙ୍କୁ ପସନ୍ଦ ଆସିନଥିଲା। କରଣ ପ୍ରଶ୍ନ କରିଥିଲେ ଯେ, ରଣବୀରଙ୍କୁ କେଉଁ ବ୍ରାଣ୍ଡର ଆମ୍ବାସାଡାର ହେବା ଉଚିତ୍। ଏହାର ଉତ୍ତରରେ ଦୀପିକା କହିଥିଲେ କଣ୍ଡୋମ ବ୍ରାଣ୍ଡ। ପରେ ସେ ସ୍ପଷ୍ଟ କରିଥିଲେ ଯେ ସେ ମଜାରେ ଏଭଳି କହିଛନ୍ତି। ହେଲେ ଦୀପିକାଙ୍କ ଏହି ମଜା ଋଷି କପୁରଙ୍କୁ ପସନ୍ଦ ଆସିନଥିଲା।

ତେବେ ପରେ ରଣବୀଣଙ୍କୁ ଦୀପିକାଙ୍କ ଏହି ସାକ୍ଷାତକାର ବିଷୟରେ ପଚରାଯିବାରୁ ସେ କହିଥିଲେ ମୁଁ ତାଙ୍କୁ ଏବେ ବି ପସନ୍ଦ କରେ। ରଣବୀର କପୁର ଜିକ୍ୟୁ ମାଗାଜିନକୁ ସାକ୍ଷାତକାର ଦେଇ କହିଥିଲେ ଯେ, ସାକ୍ଷାତକାରରେ ଦୀପିକା ମୋତେ ନେଇ ଯାହା ସବୁ କହିଛନ୍ତି, ତାହା ଆମ ଭିତରେ ଥିବା ସର୍ମ୍ପକକୁ ଆହୁରି କଠିନ କରିଛି। ଦୀପିକାଙ୍କ ମନରେ ମୋ ପାଇଁ ନିଶ୍ଚିତ ଭାବରେ ରାଗ ଥିବ, ଯାହାକୁ ସେ ବୋଧହୁଏ ଏହି ସାକ୍ଷାତକାର ମାଧ୍ୟମରେ ବାହାର କରିଛନ୍ତି। କିନ୍ତୁ ମୁଁ ତଥାପି ତାଙ୍କୁ ସମ୍ମାନ କରେ, ମୁଁ ତଥାପି ତାଙ୍କୁ ପସନ୍ଦ କରେ। ମୁଁ ଅନୁଭବ କରୁଛି ଯେ ସେ ପ୍ରକୃତରେ ଜଣେ ସୁନ୍ଦର ଝିଅ।

ଏହି ଘଟଣାକୁ ଏବେ କିଛି ବର୍ଷ ବିତିଥିବା ବେଳେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ସୁଧୁରିଛି। ଦୁହେଁ ଏକା ସାଙ୍ଗରେ ଫିଲ୍ମ ବି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe