ରଣବୀର ଚାହୁଁଥିଲେ ଏହି ଟପ୍‌ ହିରୋଇନ୍‌ କରନ୍ତୁ ମାନ୍ୟତାଙ୍କ ଭୂମିକା

Advertisment
ରଣବୀର ଚାହୁଁଥିଲେ ଏହି ଟପ୍‌ ହିରୋଇନ୍‌ କରନ୍ତୁ ମାନ୍ୟତାଙ୍କ ଭୂମିକା

ମୁମ୍ବାଇ : ବଲିଉଡର ବ୍ଲକବଷ୍ଟର ମୁଭି ‘ସଂଜୁ’ରେ ସଂଜୟ ଦତ୍ତଙ୍କ ପତ୍ନୀ ଭୂମିକା ନିଭାଇଛନ୍ତି ଦୀୟା ମିର୍ଜା। ଏଥିରେ ସେ ଚରିତ୍ରୋପଯୋଗୀ ଅଭିନୟ ବି କରିଛନ୍ତି।

ହେଲେ ଆପଣ ଜାଣନ୍ତି କି ଦୀୟା ମିର୍ଜାଙ୍କ ପୂର୍ବରୁ ସଂଜୟ ଦତ୍ତଙ୍କ ପତ୍ନୀ ମାନ୍ୟତାଙ୍କ ଭୂମିକା ଜଣେ ଟପ୍‌ ହିରୋଇନ୍‌ କରିବାର ଥିଲା। ଏହି ଟପ୍‌ ହିରୋଇନ୍‌ ଜଣକ ହେଲେ କାଟ୍ରିନା କୈଫ୍‌। ଅଭିନେତା ସଂଜୟ ଦତ୍ତ ଓ ରଣବୀର କପୁର ବି ଚାହୁଁଥିଲେ କି ଏହି ଫିଲ୍ମରେ କାଟ୍ରିନା ହିଁ ମାନ୍ୟତାଙ୍କ ଚରିତ୍ର ନିଭାନ୍ତୁ।

ସଂଜୁବାବା ଏହି ଫିଲ୍ମର ନିର୍ମାଣ ସମୟରେ ଜେଲ୍‌ ଚାଲି ଯାଇଥିଲେ। ଠିକ୍‌ ସେହି ସମୟରେ ରଣବୀର କପୁର ଓ କାଟ୍ରିନା କୈଫଙ୍କର ବ୍ରେକଅପ୍‌ ବି ହୋଇଥିଲା।

‘ସଂଜୁ’ ଫିଲ୍ମର ସ୍କି୍ରପ୍ଟ କାମ ଶେଷ କରିବା ପରେ ନିର୍ଦ୍ଦେଶକ ରାଜ କୁମାର ହିରାନୀ କାଟ୍ରିନା କୈଫ୍‌ଙ୍କୁ ମାନ୍ୟତାଙ୍କ ଭୂମିକା ପାଇଁ ଅଫର୍‌ ଦେଇଥିଲେ। ସେତେବେଳେ କାଟ୍ରିନା ରଣବୀର କପୁରଙ୍କ ଉପରେ କ୍ଷୁବ୍ଧ ଥିବା ହେତୁ ଅଫର୍‌ ମିଳିବା ମାତ୍ରେ ମନା କରି ଦେଇଥିଲେ।

publive-image

ଯଦି କାଟ୍ରିନା ମାନ୍ୟତା ଭୂମିକାରେ ଅଭିନୟ କରିଥାନ୍ତେ, ତେବେ ତାଙ୍କ ଖାତାରେ ଆଉ ଏକ ବ୍ଲକବଷ୍ଟର ମୁଭି ପଡ଼ିଥାନ୍ତା। ତେବେ ସେ ଯାହା ହେଉନା କାହିଁକି ଚଳିତ ବର୍ଷ କାଟ୍ରିନା କୈଫ୍‌ଙ୍କର ଦୁଇଟି ସିନେମା ରିଲିଜ୍‌ ହେବ।

ଏହି ଫିଲ୍ମ ଭିତରୁ ଗୋଟିଏ ହେଲା ଶାହାରୁଖ ଖାନ୍‌ ଷ୍ଟାରର୍‌ ‘ଜିରୋ’ ଓ ଅନ୍ୟଟି ଅମୀର୍‌ ଖାନ୍‌-ଅମିତାଭ ବଚ୍ଚନ ଷ୍ଟାରର୍‌ ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe