ଡାକ୍ତରଖାନାରେ ଭର୍ତ୍ତି ହେଲେ ରଣଦୀପ ହୁଡା, ସର୍ଜରୀ ହୋଇଥିବା ନେଇ ଜୋର ଧରିଲା ଚର୍ଚ୍ଚା

ଡାକ୍ତରଖାନାରେ ଭର୍ତ୍ତି ହେଲେ ରଣଦୀପ ହୁଡା, ସର୍ଜରୀ ହୋଇଥିବା ନେଇ ଜୋର ଧରିଲା ଚର୍ଚ୍ଚା

Times of India

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ରଣଦୀପ ହୁଡାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହଠାତ୍ ଯନ୍ତ୍ରଣା ପରେ ବୁଧବାର ସକାଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ପରେ ଆଜି ତାଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଥିବା ନେଇ ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ମୁତାବକ, ଅଭିନେତା ତାଙ୍କ ପିତାଙ୍କ ସହ ନଜର ଆସିଥିଲେ, ଯିଏ ନିଜେ ଜଣେ ଡାକ୍ତର। ରଣଦୀପ କାରରୁ ଓହ୍ଲାଇ ନିଜ ବାପାଙ୍କ ସହ ଡାକ୍ତରଖାନା ଆଡକୁ ଯିବାର ଅନେକ ଫଟୋ ସୋସିଆଲ ମିଡିଆରେ ମଧ୍ୟ ପ୍ରକାଶ ପାଇଛି। ଏହା ସହ ରଣଦୀପ ହୁଡାଙ୍କର ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ, ଅଭିନେତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା। ଶରୀରରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ବୁଧବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Randeep Hooda Undergoes a Major Surgery | Filmfare.com Filmfare.com

ରଣଦୀପଙ୍କ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ, ମଙ୍ଗଳବାର ଦିନ ରଣଦୀପ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ତାଙ୍କ ଦେହ ଭଲ ନଥିଲା। ବୁଧବାର ସକାଳେ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା। ଆଗାମୀ ଦୁଇ ଦିନ ସେ କାମରୁ ବିରତି ନେବାକୁ ଆବଶ୍ୟକ କରୁଥିବା କଥା ରଣଦୀପ ମଙ୍ଗଳବାର ନିଜ ଟିମକୁ କହିଥିଲେ।  ତାଙ୍କ ବାପା ଜଣେ ଡାକ୍ତର, ଯିଏ ତାଙ୍କ ସହ ଡାକ୍ତରଖାନାରେ ଅଛନ୍ତି। ସେ ରଣଦୀପଙ୍କ ସ୍ୱାସ୍ଥ୍ୟ ବିଷୟରେ କହିପାରିବେ। ଯେତେବେଳେ ସେମାନେ ସମସ୍ତ ରିପୋର୍ଟ ପାଇବେ, ସେମାନେ ସମସ୍ତଙ୍କୁ ଏ ବିଷୟରେ ସୂଚନା ଦେବେ | ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଲୋକେ କଳ୍ପନା କରନ୍ତୁ ନାହିଁ ବୋଲି କହିଛନ୍ତି ରଣଦୀପ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe