‘ରଙ୍ଗଲତା..’ ପରେ ‘ପ୍ରୀତମ୍ ପ୍ୟାରେ..’

ଓଲିଉଡ୍‌ର ଲୋକପ୍ରିୟ ନାୟିକାମାନଙ୍କ ମଧ୍ୟରୁ ହାତଗଣତି ନାୟିକାଙ୍କୁ ଦର୍ଶକ ବଡ଼ ପରଦାରେ ଆଇଟମ୍‌ ଗର୍ଲ ଭାବେ ଦେଖିବାକୁ ପାଇଛନ୍ତି। ଗତବର୍ଷ ଦଶହରାରେ ଏହି ତାଲିକାରେ ରୀୟା ଦେଙ୍କ ନାମ ଯୋଡ଼ି ହୋଇଥିଲା।

dffshfhsfhfh

ଓଲିଉଡ୍‌ର ଲୋକପ୍ରିୟ ନାୟିକାମାନଙ୍କ ମଧ୍ୟରୁ ହାତଗଣତି ନାୟିକାଙ୍କୁ ଦର୍ଶକ ବଡ଼ ପରଦାରେ ଆଇଟମ୍‌ ଗର୍ଲ ଭାବେ ଦେଖିବାକୁ ପାଇଛନ୍ତି। ଗତବର୍ଷ ଦଶହରାରେ ଏହି ତାଲିକାରେ ରୀୟା ଦେଙ୍କ ନାମ ଯୋଡ଼ି ହୋଇଥିଲା। ‘କଟକ ଶେଷରୁ ଆରମ୍ଭ’ ଚଳଚ୍ଚିତ୍ରର ‘ରଙ୍ଗଲତା...’ ଗୀତରେ ଜବରଦସ୍ତ ଆଇଟମ୍ ଡ୍ୟାନ୍ସ କରିଥିଲେ ରୀୟା। ଏହାର ସଙ୍ଗୀତକାର ହେଲେ ଅସଦ ନିଜାମ୍। ଏଥିରେ ସିଦ୍ଧାନ୍ତ, ଦେବାଶିଷ, ପୁନମ୍, ଅନୁ ଚୌଧୁରୀ ଓ ଚୌଧୁରୀ ବିକାଶ ଦାସ ପ୍ରମୁଖଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଏହାର ପ୍ରଯୋଜକ ହେଲେ କୁମାର ପ୍ରୀତମ୍ ସାହୁ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ। 

ଏ ବର୍ଷ ଦଶହରାରେ ପୁଣି ରୀୟା ଆଉ ଏକ ଆଇଟମ୍ ଗୀତ ‘ପ୍ରୀତମ୍ ପ୍ୟାରେ...’ରେ ନଜର ଆସିଛନ୍ତି। ପ୍ରୀତମ ସାହୁଙ୍କ ପ୍ରଯୋଜିତ ତଥା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ଦୁର୍ଗା’ରେ ରୀୟାଙ୍କ ସହ ନଜର ଆସିଛନ୍ତି ରାଜ ରାଜେଶ। ଡକ୍ଟର ନିର୍ମଳ ନାୟକଙ୍କ ଗୀତକୁ ସଙ୍ଗୀତରେ ସଜାଇବା ସହ ନାବ୍ୟାଙ୍କ ସହ କଣ୍ଠଦାନ କରିଛନ୍ତି ଅଭିଜିତ ମଜୁମ୍‌ଦାର। ଏହାର କୋରିଓଗ୍ରାଫର୍ ହେଲେ ଅମିତ ନାୟକ। ଏହି ଆଇଟମ୍ ନମ୍ବର ଦର୍ଶକଙ୍କୁ କେତେ ପ୍ରଭାବିତ କରୁଛି ତାହା ଖୁବ୍ ଶୀଘ୍ର ଜଣାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe