୧୨ରେ ମୁକ୍ତିଲାଭ କରିବ ରଙ୍ଗଶୁର

Advertisment

ପ୍ରକାଶ ଫିଲ୍ମସ୍ ଏବଂ ମୁନ୍ ଟିଭି ମୁଭିଜ୍‌ ପ୍ରଯୋଜନାରେ ନିର୍ମିତ ଓଡ଼ିଆ ଫିଲ୍ମ ‘ରଙ୍ଗଶୁର’ ଜାନୁଆରି ୧୨ରେ ମୁକ୍ତିଲାଭ କରିବ। ‘ରଙ୍ଗଶୁର’ ରାଜ୍ୟର ପାରମ୍ପରିକ ଲୋକନୃତ୍ୟ ‘ବାଘନାଚ’ ଏବଂ ନାରୀ ସଶକ୍ତୀକରଣ ଉପରେ ଆଧାରିତ ଭିନ୍ନ ଧରଣର ଓଡ଼ିଆ ଫିଲ୍ମ।

ପ୍ରକାଶ ଫିଲ୍ମସ୍ ଏବଂ ମୁନ୍ ଟିଭି ମୁଭିଜ୍‌ ପ୍ରଯୋଜନାରେ ନିର୍ମିତ ଓଡ଼ିଆ ଫିଲ୍ମ ‘ରଙ୍ଗଶୁର’ ଜାନୁଆରି ୧୨ରେ ମୁକ୍ତିଲାଭ କରିବ। ‘ରଙ୍ଗଶୁର’ ରାଜ୍ୟର ପାରମ୍ପରିକ ଲୋକନୃତ୍ୟ ‘ବାଘନାଚ’ ଏବଂ ନାରୀ ସଶକ୍ତୀକରଣ ଉପରେ ଆଧାରିତ ଭିନ୍ନ ଧରଣର ଓଡ଼ିଆ ଫିଲ୍ମ।

ddgg

ଭୁବନେଶ୍ବର: ପ୍ରକାଶ ଫିଲ୍ମସ୍ ଏବଂ ମୁନ୍ ଟିଭି ମୁଭିଜ୍‌ ପ୍ରଯୋଜନାରେ ନିର୍ମିତ ଓଡ଼ିଆ ଫିଲ୍ମ ‘ରଙ୍ଗଶୁର’ ଜାନୁଆରି ୧୨ରେ ମୁକ୍ତିଲାଭ କରିବ। ‘ରଙ୍ଗଶୁର’ ରାଜ୍ୟର ପାରମ୍ପରିକ ଲୋକନୃତ୍ୟ ‘ବାଘନାଚ’ ଏବଂ ନାରୀ ସଶକ୍ତୀକରଣ ଉପରେ ଆଧାରିତ ଭିନ୍ନ ଧରଣର ଓଡ଼ିଆ ଫିଲ୍ମ। ଏହି ନୃତ୍ୟ କେବଳ ଅନ୍ତବସ୍ତ୍ର ପରିଧାନ କରି ଦେହରେ ରଙ୍ଗ ବୋଳି ପରିବେଷଣ କରାଯାଏ। ତେବେ ଜଣେ ଝିଅ ଦେହରେ ରଙ୍ଗ ଲଗାଇ ନୃତ୍ୟ କରୁଛି ଓ ଜଙ୍ଗଲକୁ କେମିତି ସୁରକ୍ଷା ଦେଉଛି, ତାହା ହିଁ ଚଳଚ୍ଚିତ୍ରର ମୁଖ୍ୟ କାହାଣୀ l ‘‘ବାଘ ବଞ୍ଚିଲେ ବଞ୍ଚିବ ଜଙ୍ଗଲ, ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବୁ’’ ଭଳି ଏକ ବଡ଼ ବାର୍ତ୍ତା ଦେଇଛି ଏହି ଫିଲ୍ମ। 

ଅଭିନୟରେ ଅଭିଜ୍ଞ ଅଭିନେତା ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସମରେଶ ରାଉତରାୟ, ଜ୍ୟୋତି, ଶୁଭାଶିଷ, ଦୀପନ୍ବିତ, ସୂର୍ଯ୍ୟମୟୀ ଓ ଶୁଭଶ୍ରୀ ପ୍ରମୁଖ ଅଭିନୟ କରିଛନ୍ତି। ଏହାର କାହାଣୀ, ଚିତ୍ରତ୍ତୋଳନ ଓ ନିର୍ଦ୍ଦେଶନା ଦେଇଛନ୍ତି ପ୍ରତାପ ରାଉତ। ସଂଳାପ ରଚନା କରିଛନ୍ତି ଡ. ରଜନୀ ରଞ୍ଜନ। ସଙ୍ଗୀତ ନିର୍ଦ୍ଦେଶନା ଗୌରବ ଆନନ୍ଦ ଓ ବାନି। ପ୍ରଚାର ଓ ପ୍ରସାରରେ ପ୍ରଣୟ ଜେଠୀ ଓ ସମ୍ବିତ ଜେନା ଅଛନ୍ତି। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛି ପ୍ରଯୋଜନା ସଂସ୍ଥା। ଏଥିରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରଶାନ୍ତ ବେହେରା, ବିନି ପଟ୍ଟନାୟକ, ନିର୍ଦ୍ଦେଶକ ପ୍ରତାପ ରାଉତ, କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ, ଅଭିନେତା ସମରେଶ ରାଉତରାୟ, ଶୁଭାଶିଷ ଶର୍ମା, ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର, ଶୁଭଶ୍ରୀ ନାୟକ ଓ ସମ୍ବିତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe