ଏହି ଫିଲ୍ମ ପାଇଁ ରାଣୀ ମୂଖାର୍ଜୀଙ୍କୁ ମିଳିଲା ମୋଷ୍ଟ ଇନଫ୍ଲୁଏନ୍ସିଆଲ ସିନେମା ପର୍ସନାଲିଟି ଆୱାର୍ଡ

Advertisment
ଏହି ଫିଲ୍ମ ପାଇଁ ରାଣୀ ମୂଖାର୍ଜୀଙ୍କୁ ମିଳିଲା ମୋଷ୍ଟ ଇନଫ୍ଲୁଏନ୍ସିଆଲ ସିନେମା ପର୍ସନାଲିଟି ଆୱାର୍ଡ

aajtak.intoday.in

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରାଣୀ ମୂଖାର୍ଜୀ ଏବେ ପୁଣି ଥରେ ନିଜର କାର୍ଯ୍ୟଦକ୍ଷତାକୁ ପ୍ରମାଣ କରି ଦେଖାଇଛନ୍ତି। ଗୋଟେ ସମୟରେ ବଲିଉଡର ଆଗ ଧାଡ଼ିର ନାୟିକା ପାଲଟିଥିଲା ରାଣୀଙ୍କୁ ଏବେ ଆଉ ଏକ ବଡ଼ ସମ୍ମାନରେ ସମ୍ମାନିତ କରାଯାଇଛି। ଫିଲ୍ମ ହିଚକି ପାଇଁ ତାଙ୍କୁ ମୋଷ୍ଟ ଇନଫ୍ଲୁଏନ୍ସିଆଲ ପର୍ସନାଲିଟି ଆୱାର୍ଡ ମିଳିଥିବା ଜଣା ପଡ଼ିଛି।

ଦକ୍ଷିଣ-ପୂର୍ବ ଏସିଆାର ଆୟୋଜିତ ହୋଇଥିବା ଏକ ଆୱାର୍ଡ ସୋ’ରେ ରାଣୀଙ୍କୁ ଦ’ ମୋ ମୋଷ୍ଟ ଇନଫ୍ଲୁଏନ୍ସିଆଲ ସିନେମା ପର୍ସନାଲିଟି ଆୱାର୍ଡରେ ସମ୍ମାନିତ କରାଯାଇଛି। ଫିଲ୍ମ ହିଚକିରେ ସେ କରିଥିବା ଅଭିନୟ ପାଇଁ ତାଙ୍କୁ ଏହି ଆୱାର୍ଡ ଦିଆଯାଇଛି। ମାର୍ଚ୍ଚ ୨୩, ୨୦୧୮ରେ ରିଲିଜ୍ ହୋଇଥିବା ଫିଲ୍ମ ହିଚକି ସାରା ଦେଶରେ ଲୋକଙ୍କ ମନ କିଣିଥିଲା। ରିଲିଜ୍ ପରେ ପ୍ରାୟ ୨୫୦କୋଟିର ବ୍ୟବସାୟ କରିଥିଲା ଏହି ଫିଲ୍ମ।

Related image bollywoodlife.com

ତେବେ‌େ ସମ୍ମାନିତ ହେବା ପରେ ରାଣୀ କହିଛନ୍ତି, ମୋଷ୍ଟ ଇନଫ୍ଲୁଏନ୍ସିଆଲ ସିନେମା ପର୍ସନାଲିଟି କୁହାଯିବା ମୋ ପାଇଁ ବଡ଼ ସମ୍ମାନର କଥା। ଜଣେ ଅଭିନେତ୍ରୀ ଭାବରେ ମୋତେ ଏଭଳି ଫିଲ୍ମ କରିବାର ସୁଯୋଗ ମିଳୁଥିବାରୁ ମୁଁ ଖୁସି। କାରଣ ଏଭଳି ଫିଲ୍ମକୁ ଲୋକେ ଦେଖିବା ସହ ପସନ୍ଦ ମଧ୍ୟ କରୁଛନ୍ତି। ଯାହା ମୋର ଆଖ ପାଖରେ ଘଟୁଛି. ତାକୁ ସ୍ବର ଦେବା ମୋର ଦାୟିତ୍ବ। ଯାହା ମୁଁ ସବୁବେଳେ କରିବାକୁ ଚେଷ୍ଟା କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe