ନିଜ ଛୁଆଙ୍କ ପାଇଁ ପୂରା ଦେଶ ସହ ଲଢ଼ିବେ ରାଣୀ ମୁଖାର୍ଜୀ

Advertisment
ନିଜ ଛୁଆଙ୍କ ପାଇଁ ପୂରା ଦେଶ ସହ ଲଢ଼ିବେ ରାଣୀ ମୁଖାର୍ଜୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ମିସେସ ଚାଟାର୍ଜୀ ଭରସେସ ନରୱେ'ର ପ୍ରଥମ ଲୁକ୍ ସେୟାର କରିଛନ୍ତି। ଏହି ଫଟୋରେ ରାଣୀ ମୁଖାର୍ଜୀ ଦୁଇ ପିଲାଙ୍କ ସହ ସେଲଫି ନେଉଥିବାର ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରରେ ରାଣୀ ମୁଖାର୍ଜୀ ଜଣେ ମା ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ୧୭ ମାର୍ଚ୍ଚ ୨୦୨୩ରେ ରିଲିଜ ହେବ | ସମସ୍ତ ପ୍ରକାରର ଅସୁବିଧାକୁ ସମ୍ମୁଖୀନ କରିବା ଏବଂ ନିଜ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଦେଶ ସହ ଚ୍ୟାଲେଞ୍ଜ କରୁଥିବା ଜଣେ ମହିଳାଙ୍କୁ ଏହି ସିନେମାରେ ଦେଖିବାକୁ ମିଳିବ |

ଫଟୋରେ ରାଣୀ ମୁଖାର୍ଜୀ ହଳଦିଆ ରଙ୍ଗର ଶାଢି ପିନ୍ଧିଥିବାର ନଜର ଆସିଛନ୍ତି। ସେ ଏକ ଶିଶୁକୁ ନିଜ କୋଳରେ ଧରିଛନ୍ତି ଏବଂ ପୂଜା ସମୟରେ ରାଣୀ ମୁଖାର୍ଜୀ ପିଲାମାନଙ୍କ ସହ ମୋବାଇଲରେ ସେଲଫି ନେଉଥିବାର ନଜର ଆସିଛନ୍ତି। ରାଣୀ ମୁଖାର୍ଜୀଙ୍କ ବ୍ୟତୀତ ଫିଲ୍ମରେ ଅନିର୍ବନ ଭଟ୍ଟାଚାର୍ଯ୍ୟ ମଧ୍ୟ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ଏକ ପ୍ରକୃତ ଘଟଣା ଉପରେ ଆଧାରିତ | ଏହି ପାରିବାରିକ ଡ୍ରାମା ଚଳଚ୍ଚିତ୍ରରେ ରାଣୀ ଜଣେ ମା’ଙ୍କ ଭୂମିକାରେ ଅଭିନୟ କରୁଛନ୍ତି ଯିଏ ନିଜ ପିଲାଙ୍କ ସୁରକ୍ଷା ପାଇଁ ସାରା ଦେଶ ସହ ଲଢୁଥିବାର ଦେଖିବାକୁ ମିଳିବ |

ରାଣୀ ମୁଖାର୍ଜୀ ଶେଷ ଥର ପାଇଁ ବଣ୍ଟି ଓର ବବଲି ୨ ଚଳଚ୍ଚିତ୍ରରେ ନଜର ଆସିଥିଲେ ଯେଉଁଥିରେ ସେ ସୈଫ ଅଲ୍ଲୀ ଖାନ, ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ କାମ କରିଥିଲେ। ତେବେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଫ୍ଲଫ ସାବ୍ୟସ୍ତ ହୋଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe