ମନ ଜିଣୁଛନ୍ତି ବିବାଦୀୟ କ୍ୱିନ୍‌ ରାଣୀ ପଣ୍ଡା: କୃଷ୍ଣ ଭଜନ ଗାଇ ଦର୍ଶକଙ୍କ ମନ ଜିଣିଲେ

Advertisment
ମନ ଜିଣୁଛନ୍ତି ବିବାଦୀୟ କ୍ୱିନ୍‌ ରାଣୀ ପଣ୍ଡା: କୃଷ୍ଣ ଭଜନ ଗାଇ ଦର୍ଶକଙ୍କ ମନ ଜିଣିଲେ

ବିବାଦୀୟ କ୍ବିନ୍‌ ରାଣୀ ପଣ୍ଡା ଏବେ ଗୋଟିଏ ‌ପରେ ଗୋଟିଏ କାମ କରି ଲୋକଙ୍କ ମନ ଜିଣିବାରେ ଲାଗିଛନ୍ତି। ଦିନେ ଅଶ୍ଲୀଳତାର ପ୍ରଚାର କରୁଥିବା କହି ଲୋକେ ତାଙ୍କୁ ନିନ୍ଦା କରୁଥିବା ବେଳେ ଆଜି ତାଙ୍କର ମହତ ଗୁଣରେ ପ୍ରଭାବିତ ହୋଇଛନ୍ତି। କରୋନା ଯୁଦ୍ଧ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୫୦ହଜାର ଅନୁଦାନ ରାଶି ପ୍ରଦାନ, ଅସୁସ୍ଥ ଅଭିନେତା ବିଜୟ ମହାନ୍ତି ଓ କର୍କଟ ପୀଡ଼ିତା ଆଲ୍‌ବମ୍‌ କ୍ବିନ୍‌ ଦୀପା ସାହୁଙ୍କ ଭେଟି ଆଶ୍ବସନା ଦେବା ଆଦି ମହତ ଗୁଣ ତାଙ୍କୁ ରାତାରାତି ବିବାଦୀୟ ରାଣୀରୁ ବାସ୍ତବ ଜୀବନ ନାୟିକା ବନାଇ ଦେଇଥିଲା। ଏବେ ପୁଣି ତାଙ୍କ କୃଷ୍ଣ ଭଜନ ଗାନ ଲୋକଙ୍କର ତାଙ୍କ ପ୍ରତି ଥିବା ମାନସିକତାକୁ ବଦଳାଇ ଦେଇଛି।

ରଥଯାତ୍ରା ଅବସରରେ ୟୁଟ୍ୟୁବ୍‌ରେ ମୁକ୍ତିଲାଭ କରିଥିବା ‘ରାଧେ ରାଧେ... ରାଧେ ରାଧେ... ଏଇ ମୋ ଜୀବନ ଏଇ ଯଉବନ ବିକି ଦେଲି ତୁମ ପାଦେ ପାଦେ....’ ସଙ୍ଗୀତ ନିଜେ ଗାଇଛନ୍ତି ରାଣୀ ପଣ୍ଡା। ତାଙ୍କର ଏହି ସଙ୍ଗୀତକୁ ୪ସପ୍ତାହ ମଧ୍ୟରେ ୫ ଲକ୍ଷ ୫୫ ହଜାର ଲୋକ ଦେଖିଥିବା ବେଳେ ୨୫ହଜାର ଲାଇକ୍‌ ମିଳି ସାରିଛି। ବିଷ୍ଣୁମୋହନ କ୍ରିଏସନ୍‌ସ୍‌ ପକ୍ଷରୁ ପ୍ରସ୍ତୁତ ଏହି ସଙ୍ଗୀତ ଭିଡିଓରେ ସଙ୍ଗୀତ ଯତୀନ୍ଦ୍ର ପ୍ରଧାନ ଲେଖିଛନ୍ତି ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରଶ୍ମିରଞ୍ଜନ ପଣ୍ଡା। ଏହି ଭିଡିଓରେ ରାଣୀଙ୍କ ସଙ୍ଗୀତ କଳା ମଧ୍ୟ ଝଲସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe