ଡେବୁ ଚଳଚ୍ଚିତ୍ର ‘ରାଜା କି ଆୟେଗି ବାରାତ୍‌’ ରିଲିଜ୍‌ ଦିନ ହିଁ ରାଣୀଙ୍କ ସହ ଘଟିଥିଲା ଏହି ଦୁଃଖଦ ଘଟଣା

Advertisment
ଡେବୁ ଚଳଚ୍ଚିତ୍ର ‘ରାଜା କି ଆୟେଗି ବାରାତ୍‌’ ରିଲିଜ୍‌ ଦିନ ହିଁ ରାଣୀଙ୍କ ସହ ଘଟିଥିଲା ଏହି ଦୁଃଖଦ ଘଟଣା

India Today

ମୁମ୍ବାଇ: ଆଜକୁ ପ୍ରାୟ ୨୩ ବର୍ଷ ତଳେ ବଲିଉଡ୍‌ରେ ପ୍ରବେଶ କରିଥିଲେ ଅଭିନେତ୍ରୀ ରାଣୀ ମୁଖାର୍ଜୀ। ବଲିଉଡ୍‌କୁ ଅନେକ ହିଟ୍‌ ଚଳଚ୍ଚିତ୍ର ଦେଇ ସେ ପାଲଟି ପାରିଛନ୍ତି ଅନେକଙ୍କ ପ୍ରିୟ ନାୟିକା। ରାଣୀଙ୍କ ଡେବ୍ୟୁ ଚଳଚ୍ଚିତ୍ର ହେଉଛି ‘ରାଜା କି ଆୟେଗି ବାରାତ୍‌’। ତେବେ, ରାଣୀ ତାଙ୍କ ଡେବ୍ୟୁ ଚଳଚ୍ଚିତ୍ରର ରିଲିଜ୍‌ ଦିନର ଏକ ଦୁଃଖଦ ସ୍ମୃତିକୁ ମନେ ପକାଇଛନ୍ତି।

ରାଣୀ ସେଦିନର କଥାକୁ ମନେ ପକାଇ କହିଛନ୍ତି, ‘ରାଜା କି ଆୟେଗି ବାରତ୍‌ର ସବୁଠାରୁ ସ୍ମରଣୀୟ କଥାଟି ହେଛଛି ମୋ ବାପା (ଦିବଂଗତ ଚଳଚ୍ଚିତ୍ର ନିର୍ମାତା ରାମ ମୁଖାର୍ଜୀ) ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କର ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା। ସେ ପ୍ରଥମରୁ ଅସ୍ତ୍ରୋପଚାର ପାଇଁ ରାଜି ହେଉନଥିଲେ। କାରଣ ତାଙ୍କର ମୋ ଫିଲ୍ମ ଦେଖିବାର ଇଚ୍ଛା ପ୍ରବଳ ଥିଲା। ମାତ୍ର ମୁଁ ବୁଝାସୁଝା କରିବା ପରେ ଶେଷରେ ସେ ରାଜି ହୋଇଥିଲେ।’

publive-image WikiBio

ରାଣୀ କହିଛନ୍ତି ଯେ ତାଙ୍କ ବାପାଙ୍କ ଅସ୍ତ୍ରୋପଚାର ପରେ ୨ ଦିନ ପର୍ଯ୍ୟନ୍ତ ଅଚେତ ରହିଥିଲେ। ତାଙ୍କ ଚେତା ଫେରିବା ପରେ ପରେ ସେ ପ୍ରଥମେ ପଚାରିଥିଲେ ଯେ ରାଣୀର ଚଳଚ୍ଚିତ୍ର କିପରି ହୋଇଛି ବୋଲି।

ରାଣୀଙ୍କ ଡେବ୍ୟୁ ଚଳଚ୍ଚିତ୍ର ‘ରାଜା କି ଆୟେଗି ବାରାତ୍‌’ ୧୯୯୬ ମସିହା ଅକ୍ଟୋବର ୧୮ ତାରିଖରେ ରିଲିଜ୍‌ ହୋଇଥିଲା। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ଗାଇକଓ୍ଵାଡ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe