ରାନୁ ମଣ୍ଡଳଙ୍କୁ ନେଇ ପୁଣି ବଲିଉଡରେ ଚର୍ଚ୍ଚା ଆରମ୍ଭ

ରାନୁ ମଣ୍ଡଳଙ୍କୁ ନେଇ ପୁଣି ବଲିଉଡରେ ଚର୍ଚ୍ଚା ଆରମ୍ଭ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅନ୍ତର ପରେ ରାନୁ ମଣ୍ଡଳ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏକଦା ରେଳ ଷ୍ଟେସନରେ ଗୀତ ଗାଇ ରାତା ରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳଙ୍କୁ ନେଇ ପୁଣି ବଲିଉଡରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ହିମେଶ ରେଶମିଆଙ୍କ ଫିଲ୍ମରେ ‘ତେରି ମେରି ପ୍ରେମ କାହାନୀ’ ଗୀତ ପାଇଁ ଦର୍ଶକଙ୍କୁ ମତୁଆଲା କରିଥିବା ରାନୀଙ୍କୁ ଦୀର୍ଘଦିନ ପରେ ପୁଣି ସିନେମାରେ ଗୀତ ଗାଇବାର ସୁଯୋଗ ମିଳିଛି । ତାଙ୍କୁ ଏହି ସୁଯୋଗ ଦେଇଛନ୍ତି ଅଭିନେତ୍ରୀ ଦୀପିକା ଚିଖାଲିଆ ।
ଦୀପିକା ଚିଖାଲିଆଙ୍କ ଆଗାମୀ ଚଳଚ୍ଚିତ୍ର ସରୋଜିନୀରେ ଗୀତ ଗାଇବେ ରାନୁ । ଏନେଇ ଦୀପିକା ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଦୀପିକା ଟ୍ୱିଟ୍ ଯୋଗେ ରାନୁଙ୍କର ଏକ ଭିଡିଓ ବି ଛାଡିଛନ୍ତି । ଯେଉଁଥିରେ ରାନୁ ତାଙ୍କର ଏହି ଆଗାମୀ ସିନେମା ବାବଦରେ କହୁଥିବାର ଶୁଣିବାକୁ ମିଳିଛିା

publive-image

ଏହି ପ୍ରୋଜେକ୍ଟରେ କାମ କରିବା ପରେ ରାନୁ ମଣ୍ଡଳଙ୍କ ଭାଗ୍ୟ ପୁଣି ଥରେ ଚମକିବ ବୋଲି କୁହାଯାଉଛି । କରୋନା କାଳରେ ହାତରେ କାମ ନଥିବାରୁ ବହୁ ଦୁଃଖରେ ଜୀବନ କାଟୁଥିଲେ ରାନୁ । କିଛି ସୋସିଆଲ ମିଡିଆର ଖବର ମୁତାବକ ରାନୁ ପୁଣିଥରେ ରେଳ ଷ୍ଟେସନକୁ ଫେରିଯିବାକୁ ଚାହୁଁଥିବା ବେଳେ ତାଙ୍କ ପାଇଁ ଏହି ପ୍ରୋଜେକ୍ଟ ଅନେକ ଗୁରୁତ୍ବ ରଖୁଛି।
ସୂଚନା ଥାଉକି ଫିଲ୍ମ ‘ସରୋଜିନୀ’ର କଥାବସ୍ତୁ ସ୍ୱାଧିନତା ସଂଗ୍ରାମୀ ସରୋଜିନୀ ନାଇଡୁଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ କରାଯାଇଛି । ସ୍ୱାଧୀନତା ସଂଗ୍ରାମ ସମୟରେ ମହିଳାମାନଙ୍କର ଭୂମିକା, ଦେଶରେ ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର, ମହିଳମାନଙ୍କୁ ସ୍ୱାବଲମ୍ବୀ କରାଇବାରେ ସରୋଜିନୀଙ୍କ ଭୂମିକା ଆଦିକୁ ଏହି ଚଳଚ୍ଚିତ୍ରରେ ସ୍ଥାନ ଦିଆଯାଉଥିବା କଥା ସୂଚନା ମିଳିଛି । ଆକାଶ ନାୟକ ଓ ଧୀରଜ ମିଶ୍ର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସମ୍ଭାଳି ଥିବା ବେଳେ କାହାଣୀ ରଚନା କରିଛନ୍ତି ଧୀରଜ ମିଶ୍ର ଓ ଯଶୋମତୀ ଦେବୀ ।

ଏହି ଚଳଚିତ୍ର ରେ ରାନୁଙ୍କୁ କେତୋଟି ଗୀତ ଗାଇବାର ସୁଯୋଗ ଦିଆଯାଇଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ରାନୁ ମଣ୍ଡଳ ଗୀତ ଗାଉଥିବା ଖବର ଆସିବା ପରେ ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଦର୍ଶକମାନଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖା ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe