ଅନ୍‌ଲାଇନ୍‌ କନ୍‌ସର୍ଟରେ ରାନୁ ମଣ୍ଡଳ

Advertisment
ଅନ୍‌ଲାଇନ୍‌ କନ୍‌ସର୍ଟରେ ରାନୁ ମଣ୍ଡଳ

News18

ସୋସିଆଲ ମିଡିଆ ସେନ୍‌ସେସନ୍‌ ରାନୁ ମଣ୍ଡଳ ଦୀର୍ଘ ଦିନରୁ ଗାୟବ ଥିବା ବେଳେ ଏବେ ପୁଣି ସାମ୍‌ନାକୁ ଆସୁଛନ୍ତି। ଲୋକପ୍ରିୟ ବଙ୍ଗଳା କଣ୍ଠଶିଳ୍ପୀ ରୂପଙ୍କର ବାଗ୍‌ଚୀଙ୍କ ସହ ସେ ଅନ୍‌ଲାଇନ୍‌ କନ୍‌ସର୍ଟରେ ନଜର ଆସିବେ। ନରେନ୍ଦ୍ରପୁରସ୍ଥିତ ଗଙ୍ଗହାର ଷ୍ଟୁଡିଓରେ କନ୍‌ସର୍ଟର ସୁଟିଂ ହୋଇଛି। ରାନୁଙ୍କୁ ପ୍ରଥମେ ସୋସିଆଲ ମିଡିଆରେ ଚିହ୍ନଟ କରିଥିବା ଅତୀନ୍ଦ୍ର ଚକ୍ରବର୍ତ୍ତୀ କହିଛନ୍ତି, ‘କନ୍‌ସର୍ଟରେ ରାନୁ, ଆଶା ଭୋସଲେ ଓ ଲତା ମଙ୍ଗେସକରଙ୍କ ଗୀତ ଗାଇଛନ୍ତି। ଖୁବ୍‌ଶୀଘ୍ର ଏହି ସୋ’ ଡିଜିଟାଲ ପ୍ଲାଟ୍‌ଫର୍ମରେ ଉପଲବ୍ଧ ହେବ।’ ସେତିକି ନୁହେଁ, ରାନୁ, ଧୀରଜ ମିଶ୍ରଙ୍କ ସହ ମଧ୍ୟ କାମ କରୁଛନ୍ତି। ଧୀରଜଙ୍କ ଆଗାମୀ ଚଳଚ୍ଚିତ୍ର ‘ସୀତା ମାଗାର’ ଓ ‘ସରୋଜିନୀ’‌‌ରେ ସେ ଗୀତ ଗାଇବେ। ସୂଚନାଯୋଗ୍ୟ, ଗତବର୍ଷ ରାଣୀଘାଟ ଷ୍ଟେସନ୍‌ରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ଗୀତ ଗାଇ ରାନୁ ରାତାରାତି ଷ୍ଟାର୍‌ ପାଲଟି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe