ଷ୍ଟେଜ୍ ଉପରେ ଭାଗ୍ୟ ବଦଳାଇଥିବା ଗୀତ ଭୁଲିଯିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ରାନୁ ମଣ୍ଡଳ

Advertisment
ଷ୍ଟେଜ୍ ଉପରେ ଭାଗ୍ୟ ବଦଳାଇଥିବା ଗୀତ ଭୁଲିଯିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ରାନୁ ମଣ୍ଡଳ

LatestLY

ମୁମ୍ବାଇ: ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ଗୀତ ଗାଇ ରାତାରାତି ଇଣ୍ଟରନେଟ ସେନସେସନ୍ ପାଲଟିଥିବା ରାନୁ ମଣ୍ଡଳ ଏବେ ଅନେକ କାରଣ ପାଇଁ ଚର୍ଚ୍ଚାରେ ରହୁଛନ୍ତି। କିଛିଦିନ ତଳେ ଜଣେ ପ୍ରଶଂସକଙ୍କ ସହ ତାଙ୍କର ଖରାପ ବ୍ୟବହାର ତାଙ୍କୁ ବିବାଦକୁ ଟାଣି ଆଣିଥିବା ବେଳେ ରାମ୍ପରେ ଚାଲିବା ପାଇଁ ତାଙ୍କୁ କରାଯାଇଥିବା ମେକ୍ ଅପକୁ ନେଇ ସେ ଟ୍ରୋଲ ହୋଇଥିଲେ। ଏବେ ଯେଉଁ ଗୀତ ତାଙ୍କ ଭାଗ୍ୟ ବଦଳାଇଥିଲା, ସେହି ଗୀତ ଷ୍ଟେଜରେ ଭୁଲି ଯିବାରୁ ଲୋକେ ତାଙ୍କୁ ପୁଣି ଥରେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଇଛି କି, ରାନୁ ମଣ୍ଡଳ ଏକ ଇଭେଣ୍ଟରେ ପହଞ୍ଚିଛନ୍ତି, ଯେଉଁଠି ସାମ୍ବାଦିକା ବରଖା ଦତ୍ତ ତାଙ୍କୁ ଗୀତ ଗାଇବା ପାଇଁ କହୁଛନ୍ତି। ଯାହା ପରେ, ମୁଁ ହିମେଶଜୀଙ୍କ ସହ ଯେଉଁ ଗୀତ ଗାଇଛି, ସେଥିରୁ ପଦେ ଗାଇବି କି? ବୋଲି ପଚାରୁଛନ୍ତି ରାନୁ। ଏହା ଶୁଣି ସାମ୍ବାଦିକା ବରଖା ଦତ୍ତ ତାଙ୍କୁ ସେହି ଗୀତ ଗାଇବା ପାଇଁ କହି ଷ୍ଟେଜ କଡ଼କୁ ଚାଲି ଯାଉଛନ୍ତି। କିନ୍ତୁ ରାନୁ ମଇକ୍ରୋଫୋନ ଧରି ମଧ୍ୟ ଗୀତର ଗୋଟେ ଶବ୍ଦ ମଧ୍ୟ ପାଟିରୁ ବାହାର କରି ପାରୁ ନାହାନ୍ତି। ଏହାର କିଛି ସମୟ ପରେ ରାନୁ କହୁଛନ୍ତି, ଓ ମାଇଁ ଗଡ୍, ମୁଁ ଭୁଲିଗଲି। ରାନୁଙ୍କ ଏଭଳି କହୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe