indiatimes.com
ନୂଆଦିଲ୍ଲୀ: ୨୦୧୯ରେ ଗୁଗଲରେ ଲୋକେ କେଉଁ ବ୍ୟକ୍ତିତ୍ବଙ୍କୁ ଅଧିକ ସର୍ଚ୍ଚ କରିଛନ୍ତି, ତାହାର ଏକ ସୂଚୀ ଜାରି କରିଛି ଗୁଗଲ। ଯେଉଁଥିରେ ଟପ୍-୧୦ରେ ରହି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ରାନୁ ମଣ୍ଡଳ। ଟପ୍-୧୦ରେ ଲତା ମଙ୍ଗେସକର, ଯୁବରାଜ ସିଂହ, ରିଷଭ ପନ୍ଥ, କୋଏନା ମିତ୍ରାଙ୍କ ନାଁ ସାମିଲ ଥିବା ବେଳେ ନମ୍ବର ୧ରେ ଅଛନ୍ତି ଉଇଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ।
୨୦୧୯ ଆରମ୍ଭରୁ ଘଟିଥିବା ଘଟଣାବଳୀ ଏମାନଙ୍କୁ ଚର୍ଚ୍ଚିତ କରାଇଥିବା ବେଳେ ରାନୁ ମଣ୍ଡଳ ଓ ଉଇଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ନେଇ ଅଧିକ ଚର୍ଚ୍ଚା ହୋଇଥିଲା। ଲତା ମଙ୍ଗେସକରଙ୍କ ଗୀତ ‘ଏକ ପ୍ୟାର୍ କା ନଗମା ହୈ..’ ଗାଇ ରାତାରାତି ଲୋକପ୍ରିୟ ହୋଇଥିଲେ ରାନୁ ମଣ୍ଡଳ। ପଶ୍ଚିବଙ୍ଗର ରାଣାଘାଟ ରେଳ ଷ୍ଟେସନରେ ବସି ଗୀତ ଗାଉଥିବାର ଭିଡିଓ ତାଙ୍କର ସାରା ଦେଶରେ ଛାଇ ଯିବା ପରେ କେଇ ସେକେଣ୍ଡର ଭିଡିଓ ପାଇଁ ତାଙ୍କୁ ଏବେ ବଲିଉଡରେ ଗୀତ ଗାଇବାର ସୁଯୋଗ ମିଳିଛି।
The Economic Timesଉଇଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ କଥା କହିବାକୁ ଗଲେ ଭାରତ-ପାକ୍ ମଧ୍ୟରେ ଅଶାନ୍ତ ବାତାବରଣ ଚାଲିଥିବା ବେଳେ ଭାରତର ହିରୋ ପାଲଟିଥିଲେ ଅଭିନନ୍ଦନ ବର୍ତମାନ। ପାକିସ୍ତାନର ଯୁଦ୍ଧ ବିମାନ ସହ ଲଢ଼େଇ କରିବା ପରେ ପାକ୍ ସୀମା ଭିତରକୁ ଚାଲିଯିବା ଓ ପରେ ପରେ ପାକ୍ ସରକାର ତାଙ୍କୁ ସୁରକ୍ଷିତ ଭାବେ ଭାରତ ପଠାଇବା ଘଟଣା ତାଙ୍କୁ ଅଧିକ ଚର୍ଚ୍ଚିତ କରାଇଥିଲା। ଏଥି ପାଇଁ ଆଜି ସେ ଗୁଗଲ ସର୍ଚ୍ଚ ସୂଚୀରେ ନମ୍ବର ୧ରେ ରହିଛନ୍ତି।
Follow Us