ମୁମ୍ବାଇ:ସମୟ ସମୟରେ କ୍ୟାମେରାମ୍ୟାନଙ୍କ ଠାରୁ ଆରମ୍ଭ କରି ସାଧାରଣଲୋକ ବଲିଉଡ ସେଲିବ୍ରିଟିଙ୍କ ଫଟୋ ସେମାନଙ୍କ ବିନା ଅନୁମତିରେ କୈଦ କରିବାର ଅନେକ ଘଟଣା ସାମ୍ନାକୁ ଆସିଛି।
କିଛିଦିନ ପୂର୍ବରୁ ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କ ରୁମର୍ଡ ବୟଫ୍ରେଣ୍ଡ ରାହୁଲ ଗାନ୍ଧିଙ୍କ ସହ ବିମାନରେ ଯାତ୍ରା କରୁଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋରେ ଶ୍ରଦ୍ଧା କପୁରଙ୍କ ସହିତ ରାହୁଲ ବସି ଚାଟ କରୁଥିବା ଦେଖିବାକୁ ମିଳିଥିଲା। ଏହି ଫଟୋକୁ ଜଣେ ଏୟାର ହଷ୍ଟେସ କ୍ୟାପଚର କରିଥିବା କୁହାଯାଉଛି।
ଏୟାର ହଷ୍ଟେସଙ୍କ ଏଭଳି କାମକୁ ନେଇ ଅଭିନେତ୍ରୀ ରବିନା ଟଣ୍ଡନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭିଡିଓର କମେଣ୍ଟ ସେକସନରେ ରବିନା ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଏପରି ଘଟଣା ବ୍ୟକ୍ତିଗତ ସୁରକ୍ଷାର ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରାଯାଇଛି। କ୍ରୁଙ୍କୁ ଏସବୁ କରିବା ପୂର୍ବରୁ ଅଭିନେତ୍ରୀଙ୍କ ଠାରୁ ଅନୁମତି ନେବା ଆବଶ୍ୟକ ଥିଲା। ସେ ଫଟୋ ଓ ଭିଡିଓ ପାଇଁ ପ୍ରସ୍ତୁତ ଅଛନ୍ତି କି ନାହିଁ ଜାଣି ରଖିବା ଉଚିତ ଥିଲା। କ୍ରୁ ସଦସ୍ୟଙ୍କ ଏପରି କାମ ଆଦୌ ଗ୍ରହଣୀୟ ନୁହେଁ।
Follow Us