ଏମାନଙ୍କୁ ଗଧ ଉପରେ ବସାଇ ବୁଲାଅ; ରଣବୀରଙ୍କୁ ଏଭଳି କହିଲେ ମୁକେଶ ଖାନ୍ନା

ଏମାନଙ୍କୁ ଗଧ ଉପରେ ବସାଇ ବୁଲାଅ। ରଣବୀର ଆଲ୍ଲାହାବାଦିଆଙ୍କ ପ୍ରଶ୍ନ ଶୁଣି ଏଭଳି କହିଲେ ମୁକେଶ ଖାନ୍ନା। ସମୟ ରାଇନାଙ୍କ ସୋ' ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ ନଜର ଆସିଥିଲେ ରଣବୀର। ଏଠାରେ ସେ କିଛି ଏଭଳି ଅଶାଳୀନ ପ୍ରଶ୍ନ ପଚାରିଥିଲେ ଯେଉଁଥିପାଇଁ ଏବେ ସେ ବିବାଦରେ।

tttttwqwa

ମୁମ୍ବାଇ: କମେଡିଆନ ସମୟ ରାଇନାଙ୍କ ସୋ' 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ'ରେ ବିବାଦୀୟ ବୟାନ ଦେବା ପରେ ୟୁଟ୍ୟୁବର ତଥା ପଡକାଷ୍ଟର ରଣବୀର ଆଲ୍ଲାବାଦିଆଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଗୋଟିଏ ପଟେ, ସେ ସୋସିଆଲ ମିଡିଆରେ କଡ଼ା ସମାଲୋଚନାର ସମ୍ମୁଖୀନ ହେଉଥିବା ବେଳେ ରଣବୀର ଏବଂ ସମୟ ରାଇନାଙ୍କ ବିରୋଧରେ ଅନେକ ରାଜ୍ୟରେ ଏତଲା ରୁଜୁ ହୋଇଛି। ପଡକାଷ୍ଟ ପାଇଁ ଲୋକପ୍ରିୟ ଥିବା ରଣବୀର ନିଜ ଅଶାଳୀନ ପ୍ରଶ୍ନ ପାଇଁ କ୍ଷମା ମାଗିବା ସତ୍ତ୍ୱେ, ଅତିଥିମାନେ ତାଙ୍କ ‌ସୋ’କୁ ଆସିବାକୁ ମନା କରୁଛନ୍ତି।

ସାରା ଦେଶରେ ତାଙ୍କୁ ଟ୍ରୋଲ କରାଯାଉଥିବା ବେଳେ ଏବେ ତାଙ୍କୁ ଶକ୍ତିମାନ ଓ ଭୀସ୍ମ ପିତାମହ ଭାବେ ଜଣାଶୁଣା ଅଭିନେତା ମୁକେଶ ଖାନ୍ନା ଟ୍ରୋଲ କରିଛନ୍ତି। ନିଜ ୟୁଟ୍ୟୁବ ଚ୍ୟାନେଲରେ ସେୟାର କରିଥିବା ଭିଡିଓରେ ସେ କହିଛନ୍ତି, "ସଫଳ ୟୁଟ୍ୟୁବର ରଣବୀର ଆଲ୍ଲାବାଦିଆ 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ'କୁ ଯାଇ ଏଭଳି ଅଶାଳୀନ ପ୍ରଶ୍ନ ପଚାରିବା ଦୁଃଖଦ। ତାଙ୍କର କିଛି ପ୍ରଶ୍ନ ପିତାମାତା ଏବଂ ସେମାନଙ୍କ ଅନ୍ତରଙ୍ଗ ଜୀବନ ବିଷୟରେ ଥିଲା। ଏଥିପାଇଁ ସାରା ଦେଶ କ୍ରୋଧିତ। ଏହା ଦର୍ଶାଉଛି ଯେ ଆଜି ଆମ ଦେଶର ଯୁବପିଢ଼ିଙ୍କ ପାଖରେ ଅଭିବ୍ୟକ୍ତି ସ୍ୱାଧୀନତା ଶକ୍ତିର ଅପବ୍ୟବହାର କରିବାର ସ୍ୱାଧୀନତା ଅଛି। ଏହା ପ୍ରଥମ ଥର ନୁହେଁ ଯେତେବେଳେ ସୀମା ଅତିକ୍ରମ କରାଯାଇଛି। ଏହା ଏକ ଗମ୍ଭୀର ଅପରାଧ। ଏହାକୁ ହାଲୁକା ଭାବରେ ନିଆଯିବା ଉଚିତ୍ ନୁହେଁ। ଅପରାଧୀମାନଙ୍କୁ କଠୋର ଦଣ୍ଡ ମିଳିବା ଉଚିତ, ଯାହା ଦ୍ଵାରା ଭବିଷ୍ୟତରେ ଏପରି ଅଶ୍ଳୀଳ ଏବଂ ଦାୟିତ୍ୱହୀନ ମନ୍ତବ୍ୟ ଦେବାକୁ କେହି ସାହାସ କରିବେ ନାହିଁ।"

ସେ ଆହୁରି କହିଛନ୍ତି ଯେ, 'କାହିଁକି କେହି ସେମାନଙ୍କୁ ଚାପୁଡ଼ା ମାରୁ ନାହାନ୍ତି?' ଏହିଭଳି ଲୋକଙ୍କ ପାଇଁ ମୋ ପାଖରେ ଏକ ଦଣ୍ଡ ଅଛି। ସେମାନଙ୍କ ମୁହଁ କଳା କର ଏବଂ ସେମାନଙ୍କୁ ଗଧ ଉପରେ ବସାଇ ସହର ସାରା ବୁଲାଅ। ଯେମିତି ପରବର୍ତ୍ତୀ ସମୟରେ କେହି ଏହା କରିବାକୁ ସାହସ ନକରିବେ।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe