୨୧ ବର୍ଷ ତଳର ରଣବୀର-ଐଶ୍ବର୍ଯ୍ୟା ଫଟୋ ଭାଇରାଲ୍‌

Advertisment
୨୧ ବର୍ଷ ତଳର ରଣବୀର-ଐଶ୍ବର୍ଯ୍ୟା ଫଟୋ ଭାଇରାଲ୍‌

iDiva

ରଣବୀର କପୁର ଓ ଐଶ୍ବର୍ଯ୍ୟା ରାୟ ‘ୟେ ଦିଲ୍‌ ହୈ ମୁସ୍କିଲ’ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ଦୁହିଁଙ୍କ କେମିଷ୍ଟ୍ରିକୁ ବି ଲୋକେ ଖୁବ୍‌ ପସନ୍ଦ କରିଥିଲେ। ଦୁହିଁଙ୍କ ମଧ୍ୟରେ କିଛି ଏମିତି ଦୃଶ୍ୟ ଥିଲା, ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ସମୟ ପୂର୍ବରୁ ମଧ୍ୟ ଦୁଇ ତାରକା କାମ କରିସାରିଥିଲେ। ଏହି ଅବସରରେ ଏପରି ଏକ ଫଟୋ ସେୟାର ହୋଇଛି, ଯାହା ରଣବୀର ଓ ଐଶ୍ବର୍ଯ୍ୟାଙ୍କର ୨୧ବର୍ଷର ପୁରୁଣା ଫଟୋ। ନିର୍ଦେଶକ ରୁମି ଜାଫ୍ରି ଏହି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋ‌ଟି ‘ଆ ଅବ୍‌ ଲୌଟ ଚଲେ’ ସମୟର। ଏହି ଚଳଚ୍ଚିତ୍ରରେ ଋଷି କପୁର ନିର୍ଦ୍ଦେଶକ ଭାବେ ପାଦ ରଖିଥିଲେ। ଚଳଚ୍ଚିତ୍ରରେ ଅକ୍ଷୟ ଖାନ୍ନା ଓ ଐଶ୍ବର୍ଯ୍ୟା ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ। ସେତେବେଳେ ରଣବୀର କପୁର ସହ ନିର୍ଦ୍ଦେଶକ ଭାବେ କାମ କରୁଥିଲେ। ‌ସେଇ ଚଳଚ୍ଚିତ୍ରଟି ୧୯୯୯ରେ ମୁକ୍ତିଲାଭ କରିଥିଲା। ଫଟୋ ସେୟାର କରିଥିବା ରୁମି ଏହି ଚଳଚ୍ଚିତ୍ରର ସଂଳାପ ଲେଖିଥିଲେ। ସେତେବେଳେ ରଣବୀର ୧୭ବର୍ଷର ଓ ଐଶ୍ବର୍ଯ୍ୟା ୨୫ବର୍ଷର ଥିଲେ। ଆମେରିକାରେ ଏହି ଫଟୋଟି ଉଠା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe