ଅପେକ୍ଷାର ଅନ୍ତ: ରଣବୀରଙ୍କ ଭାଗ୍ୟ ପୁଣି ଖୋଲିଯିବ!

Advertisment
ଅପେକ୍ଷାର ଅନ୍ତ: ରଣବୀରଙ୍କ ଭାଗ୍ୟ ପୁଣି ଖୋଲିଯିବ!

ଦୀର୍ଘଦିନ ହେବ କପୁର ଓ ଭଟ୍ଟ ପରିବାର ଭିତରେ ଚାଲିଥିଲା ଅଙ୍କକଷା। ବଲିଉଡ୍ ଇଣ୍ଡଷ୍ଟ୍ରିରେ କଳାକାର କ୍ରେଜ୍‌କୁ ନେଇ ବଡ଼ଲୋକୀ ତଉଲାଯାଏ। ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକଙ୍କ ସହ କରିସ୍ମା କପୁରଙ୍କର ନିର୍ବନ୍ଧ ହେଇ ମଧ୍ୟ ବିବାହ ବାତିଲ ହେଇଗଲା। ସାହିଦ କପୁରଙ୍କ ସହ ଦୀର୍ଘଦିନର ପ୍ରେମସମ୍ପର୍କ ରଖିଥିବା କରୀନା କପୁର ଶେଷରେ ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ବିବାହ କଲେ। ବଲିଉଡ୍‌ରେ ପ୍ରଯୋଜକ-ନିର୍ଦ୍ଦେଶକ-ଅଭିନେତା ରାଜ କପୁରଙ୍କ ଖାନଦାନି ସବୁଠାରୁ ଆଗରେ। ଏହାପରେ ହୁଏତ ମନସୁର ଅଲ୍ଲୀ ଖାନ୍ ପଟୌଦୀ ଓ ଶର୍ମିଲା ଟାଗୋର। ପୁଣି ଏମାନଙ୍କ ପରେ ରାଜେଶ ଖାନ୍ନା ଓ ଅମିତାଭ ବଚ୍ଚନ। ଏମିତିରେ ସଲମାନ୍ ଖାନଙ୍କ ପିତା ସଲିମ୍ ଖାନ୍‌ଙ୍କ ଖାନ୍‌ଦାନି ବି କିଛି କମ୍‌ ନୁହେଁ। ପୁଣି ଏମାନଙ୍କ ଭିତରେ ୟଶ୍ ଚୋପ୍ରା ଓ ମହେଶ ଭଟ୍ଟଙ୍କ ବୁନିଆଦୀକୁ ଆଗଧାଡ଼ିରେ ଗଣତି କରାଯାଏ। ଆଜିକାଲି ତ ପ୍ରଯୋଜକ-ନିର୍ଦ୍ଦେଶକ କରନ୍ ଜୋହରଙ୍କ ଡିମାଣ୍ଡ୍‌ ସବୁଠାରୁ ଅଧିକ। ହେଲେ ଯେଉଁ କପୁର ପରିବାର ଅଭିଷେକ ଓ ସାହିଦଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ସେମାନେ ଭଟ୍ଟ ପରିବାର ସହ କେମିତି ବୁଝାମଣା କଲେ।

ପ୍ରେମ ପାଖରେ ବୁନିଆଦୀ, ଖାନ୍‌ଦାନିର କିଛି ଅର୍ଥ ନାହିଁ। ରଣବୀରଙ୍କ ସହ ଆଲିଆଙ୍କ ପ୍ରେମ ସମ୍ପର୍କ ଏତେ ଅନ୍ତରଙ୍ଗ ଯେ ଏଠାରେ ଏସବୁ କିଛି କାମ ଦେଲାନାହିଁ। ଦେଖିବାକୁ ଗଲେ କପୁର ଓ ଭଟ୍ଟ ଉଭୟ ବଲିଉଡ୍‌ର ନାଁକରା ପରିବାର। ପୁଣି ଅଭିନୟରେ ରଣବୀର ଯେଉଁ ସଫଳ ସୋପାନରେ ପହଞ୍ଚିଛନ୍ତି, ଏଇମାତ୍ର କିଛିଦିନ ଭିତରେ ଆଲିଆ ମଧ୍ୟ ତାଙ୍କ ସମକକ୍ଷ ହେଇସାରିଲେଣି। ତେବେ ସେ ଯାହା ହେଉ ଅପେକ୍ଷାର ଅନ୍ତ ଘଟିଛି। ବେଶ କିଛିଦିନ ହେବ ରଣବୀର ଓ ଆଲିଆଙ୍କ ଭିତରେ ଚାଲିଥିବା ପ୍ରେମସମ୍ପର୍କ ଏବେ ବିବାହରେ ରୂପାନ୍ତର ହେଇଛି। ଅପ୍ରେଲ ୧୪ ତାରିଖରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେଇଛନ୍ତି। ବିବାହ ଉତ୍ସବ ରଣବୀରଙ୍କ ମୁମ୍ବାଇସ୍ଥିତ ବାସ୍ତୁ ରେସିଡେନ୍ସରେ ସମ୍ପନ୍ନ ହେଇଛି। ଏହି ଉତ୍ସବରେ କେବଳ ଉଭୟ ପରିବାରର ସଦସ୍ୟ ଓ ସମ୍ପର୍କୀୟମାନେ ଯୋଗ ଦେଇଥିଲେ। ଏହି ଉତ୍ସବର ଶୀର୍ଷକ ଥିଲା ‘ଜୋତା ଛୁପାଇ’। ଏହାର ଅର୍ଥ ହେଉଛି ବିବାହ ଉତ୍ସବରେ କାହିଁକି ଜୋତା ଚୋରି କରାଯାଏ? ଶୁଣାଯାଉଛି ଏହି ବିବାହ ଉତ୍ସବରେ ପାଖାପାଖି ୧୧.୫ କୋଟି ଟଙ୍କା ଖର୍ଚ୍ଚ ହେଇଛି। ‘ବ୍ରହ୍ମାସ୍ତ୍ର’ରେ ରଣବୀର କପୁରଙ୍କ ନାୟିକା ସାଜିଥିବା ଆଲିଆ ଏବେ ‘ରକି ଔର ରାନୀ କୀ ପ୍ରେମ କହାନୀ’ରେ ରଣବୀର ସିଂହଙ୍କ ବିପକ୍ଷର ନାୟିକା ସାଜିଛନ୍ତି। ଏପାଖେ ସଞ୍ଜୟ ଦତ୍ତ ଓ ବାଣୀ କପୁରଙ୍କ ସହ ରଣବୀର କପୁର ନୂଆ ଚଳଚ୍ଚିତ୍ର ‘ଶାମଶେରା’ର ନାୟକ ସାଜିଛନ୍ତି।

କେତେକ କହୁଛନ୍ତି ଯାହା ହେଉ ରଣବୀର ବଞ୍ଚିଗଲେ, ବର୍ତ୍ତିଗଲେ। କାରଣ ସେ ଦୀପିକା ପାଦୁକୋନ୍ ଓ କ୍ୟାଟ୍ରିନା କୈଫ୍‌ଙ୍କ ପ୍ରେମରେ ପଡ଼ି ବେଶ୍ ଛଟପଟ ହେଇଥିଲେ। ଏପରିକି ସେମାନଙ୍କ ପ୍ରେମରେ ପଡ଼ିବା ବେଳେ ରଣବୀରଙ୍କ ଅଭିନୟ କ୍ୟାରିୟରରେ ଭଟ୍ଟା ପଡ଼ିଥିଲା। ଏବେ ଆଲିଆଙ୍କ ବାହୁ ବନ୍ଧନକୁ ଆସିବା ପରେ ଲାଗୁଛି ରଣବୀରଙ୍କ ଭାଗ୍ୟ ପୁଣି ଖୋଲିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe