ଦୀପିକାଙ୍କ ସାମ୍ନାରେ ଟେବୁଲ୍‌ ଉପରେ ରଣବୀର୍‌ ସିଂହ କଲେ ଏହି କାମ !

ଦୀପିକାଙ୍କ ସାମ୍ନାରେ ଟେବୁଲ୍‌ ଉପରେ ରଣବୀର୍‌ ସିଂହ କଲେ ଏହି କାମ !

ନୂଆଦିଲ୍ଲୀ:ବଲିଉଡ ଅଭିନେତା ରଣବୀର ସିଂହଙ୍କ ଡ୍ୟାନ୍‌ସ,ଆକ୍ଟିଙ୍ଗ୍‌ ଏବଂ ଫ୍ୟାସନ୍‌ର ସାରା ଦୁନିଆ ଦିଓ୍ଵାନା ହୋଇଥିବାବେଳେ ନିଜର ମସ୍ତ ଆନ୍ଦାଜ୍‌ ପାଇଁ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ରହିଛନ୍ତି। ତେବେ ଏହି ନିକଟରେ ଅଭିନେତା ରଣବୀର୍‌ ସିଂହ ପ୍ରେମିକା ଦୀପିକା ପାଦୁକୋନ୍‌ଙ୍କୁ ସାଂଗରେ ଧରି ଭଉଣୀ ରିତିକା ଭାବନାନୀଙ୍କ ଜନ୍ମଦିନ ଉତ୍ସବକୁ ସେଲିବ୍ରେଟ୍‌ କରିଛନ୍ତି।

ଏଥିରେ ଅଭିନେତା ରଣବୀର ସିଂହ ପ୍ରେମିକା ଦୀପିକା ପାଦୁକୋନ୍‌ଙ୍କ ସାମ୍ନାରେ ଟେବୁଲ୍‌ ଉପରେ ଛିଡା ହୋଇ ତାଙ୍କ ଅଭିନୀତ ଫିଲ୍ମ ‘ଦିଲ୍‌ ଧଡକ୍‌ନେ ଦୋ’ର ଏକ ଗୀତ ‘ଗଲ୍ଲା ଗୁଡିୟାଂ’ରେ ଭଙ୍ଗଡା ନୃତ୍ୟ କରିଛନ୍ତି, ଯାହାକି ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଛି। ତେବେ ଆପଣଙ୍କ ସୂଚନା ପାଇଁ ଜଣାଉଅଛୁ କି ଏହି ପ୍ରେମୀଯୁଗଳ ନଭେମ୍ବର ୧୦ ରେ ବିବାହ ବନ୍ଧନରେ ଆବଦ୍ଧ ହେବାର ଖବର ଆସୁଥିବାବେଳେ,ଏବେ ସେମାନେ ସାଙ୍ଗହୋଇ ସମୟ ବିତାଉଛନ୍ତି।

publive-image

ଖୁବ୍‌ଶୀଘ୍ର ଦର୍ଶକ ତାଙ୍କର ପ୍ରିୟ ଅଭିନେତା ରଣବୀର୍‌ଙ୍କୁ ଫିଲ୍ମ ‘ଗଲ୍ଲୀ ବୟଜ୍‌’ରେ ଦେଖିବାକୁ ପାଇବେ।ଏଥିରେ ତାଙ୍କ ବିପକ୍ଷରେ ସୁନ୍ଦରୀ ଆଲିଆ ଭଟ୍ଟ ନଜର ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe