ଦୀପିକା ପାଦୁକୋନ୍‌ଙ୍କ ଫଟୋଉପରେ ଏମିତି କମେଣ୍ଟ ଦେଲେ ରଣବୀର ସିଂହ , ଯାହା ଶୁଣିଲେ ଆପଣ ବି କହିବେ ‘ଯୋଡ଼ି ହେବ ତ ଏମିତି’

ଦୀପିକା ପାଦୁକୋନ୍‌ଙ୍କ ଫଟୋଉପରେ ଏମିତି କମେଣ୍ଟ ଦେଲେ ରଣବୀର ସିଂହ , ଯାହା ଶୁଣିଲେ ଆପଣ ବି କହିବେ ‘ଯୋଡ଼ି ହେବ ତ ଏମିତି’

photo-indiatoday

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଦଂପତିଙ୍କ ମଧ୍ୟରୁ ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ପରସ୍ପରକୁ କେତେ ଯେ ଭଲପାଆନ୍ତି ତାହା ତ ସମସ୍ତଙ୍କୁ ଜଣା। ଏଥିସହିତ ଉଭୟ ରଣବୀର ଏବଂ ଦୀପିକା ନିଜ ନିଜର ପ୍ରେମକୁ ଜାହିର୍‌ କରିବାକୁ ଯାଇ ଦୁହେଁ ଦୁହିଁଙ୍କ ପ୍ରତ୍ୟେକଟି ଫଟୋରେ ପ୍ରେମଭରା କମେଣ୍ଟ୍‌ସ ଦେବାକୁ ବେବେବି ଭୁଲନ୍ତି ନାହିଁ। ତେବେ ଏଥର ଏମିତି କିଛି ଘଟଣା ଘଟିଛି, ଯାହା ଶୁଣିଲେ ଆପଣ ବି କହିବେ‘ ଯୋଡ଼ି ହେବ ରଣବୀର ଆଉ ଦୀପିକାଙ୍କ ପରି’ ।

ଅଭିନେତ୍ରୀ ଦୀପିକା ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଧଳା ରଂଗର ଟପ୍‌ ସହିତ ସିଲ୍‌ଭର୍‌ ରଂଗର ପ୍ୟାଣ୍ଟ୍‌ ଓ ହିଲ୍‌ ପିନ୍ଧିଥିବାର କିଛି ଫଟୋକୁ ସେଆର୍‌ କରିଥିଲେ। ଏହାକୁୁ ଦେଖିଲାପରେ ରଣବୀର ସିଂହ ପତ୍ନୀ ଦୀପିକାଙ୍କୁ କମେଣ୍ଟ୍‌ ନ ଦେଇ ରହିପାରିଲେନି। ସେ ନିଜର ହୃଦୟର କଥା କହିଦେଲେ, ଯେଉଁଥିରେ କି ପ୍ରଥମ ଫଟୋରେ ସେ ‘ଭଲ ସିନ୍ଧ୍ରି ବୋହୁ ,ଦ୍ୱିତୀୟ ଫଟୋରେ ‘ହୃଦୟ ନେଇଗଲା ଡିଂପଲ୍‌ସ ତୋର’ବୋଲି କମେଣ୍ଟ୍‌ସ ଦେଇଥିଲେ। ଏହା ସେମାନଙ୍କ ପ୍ରଶଂସକଙ୍କୁ ଖୁବ୍‌ ପସନ୍ଦ ଆସିଛି।

publive-image photo-indiatoday

କବୀର୍‌ ଖାନଙ୍କ ନୂଆ ଫିଲ୍ମ ‘୮୩’ରେ ଦର୍ଶକ ପୁଣିଥରେ ଏହି ରିଅଲ୍‌ ଯୋଡ଼ି ରଣବୀର-ଦୀପିକାଙ୍କୁ ବିବାହ ପରେ ପ୍ରଥମଥର ପାଇଁ ପତି -ପତ୍ନୀ ଭୂମିକାରେ ଦେଖିବାକୁ ପାଇବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe