ବିରୁଷ୍କାଙ୍କ ମାର୍ଗରେ ରଣଦୀପ; ଇଟାଲୀରେ ପରସ୍ପରଙ୍କ ହାତ ଧରିବେ ଏହି ଚର୍ଚ୍ଚିତ ଯୋଡ଼ି!

Advertisment
ବିରୁଷ୍କାଙ୍କ ମାର୍ଗରେ ରଣଦୀପ; ଇଟାଲୀରେ ପରସ୍ପରଙ୍କ ହାତ ଧରିବେ ଏହି ଚର୍ଚ୍ଚିତ ଯୋଡ଼ି!

ମୁମ୍ବାଇ: ରଣବୀର ସିଂହ ଓ ଦୀପିକା ପାଦୁକୋନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଏହି ଦୁଇ ଚର୍ଚ୍ଚିତ ଯୋଡ଼ିଙ୍କର ବିବାହ ତାରିଖ ପାଖେଇ ଆସିଲାଣି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ଦୁଇ ଲର୍ଭବାର୍ଡ ତାଙ୍କର ପ୍ରିୟଜନଙ୍କୁ ନିଜର ବିବାହ ତାରିଖକୁ ସେଭ୍‌ କରିଦେବା ପାଇଁ ମେସେଜ୍‌ କରିବା ଆରମ୍ଭ କରି ଦେଲେଣି। ଜାଣିବାକୁ ମିଳିଛି ଯେ ଏ ଦୁହିଁଙ୍କ ବିବାହ ନଭେମ୍ବର ୧୨ରୁ ୧୬ ମଧ୍ୟରେ ହେବାକୁ ସ୍ଥିର ହୋଇଛି।

ବିରାଟ ଓ ଅନୁଷ୍କାଙ୍କ ପରି ଏମାନେ ବି ଇଟାଲୀରେ ବିବାହ କରିବାକୁ ଯାଉଛନ୍ତି ବୋଲି ସୂଚନା ରହିଛି। ବିରୁଷ୍କାଙ୍କ ପରି ଏମାନେ ବି ଇଟାଲୀରେ ବିବାହ କରି ପରବର୍ତ୍ତୀ ମୁହୂର୍ତ୍ତରେ ମୁମ୍ବାଇରେ ଭୋଜି ଦେବେ। ତାଙ୍କ ରିସେପସନ୍‌ ପାର୍ଟିକୁ ହୋଷ୍ଟ କରିବେ ନିଜେ ରଣବୀର ଓ ଦୀପିକା।

publive-image

ନିଜର ଗୋପନୀୟତା ପାଇଁ ସେ ବିଦେଶରେ ବିବାହ କରିବାକୁ ସ୍ଥିର କରିଛନ୍ତି। ତେବେ, ଇଟାଲୀରେ ସେମାନଙ୍କର କେତେକ ପ୍ରିୟ ବଲିଉଡ୍‌ ସହ କଳାକାର ଯୋଗ ଦେଇପାରନ୍ତି ବୋଳ ଆଶା କରାଯାଉଛି। ଦୀପିକାଙ୍କ ପ୍ରିୟ ଅଭିନେତା ଶାହାରୁଖ ଖାନ ଏବଂ ରଣବୀରଙ୍କର ଅ୍ରତିପ୍ରିୟ ଅର୍ଜୁନ କପୁର ଇଟାଲୀ ଯାଇପାରନ୍ତି ବୋଲି ଆଶା ରହିଛି।

ଉଲ୍ଳେଖଯୋଗ୍ୟ, ରଣବୀର ଓ ଦୀପିକା ୨୦୧୩ ମସିହାରେ ‘ରାମଲୀଳା’ ସୁଟିଂ ସମୟେରେ ପରସ୍ପରଙ୍କ ନିକଟତର ହୋଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ‘ବାଜିରାଓ ମସ୍ତାନୀ’ ଓ ‘ପଦ୍ମାବତ୍‌’ ସେ ଦୁହିଁଙ୍କୁ ଆହୁରି ନିକଟତର କରାଇବାରେ ସହାୟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe