ଇଟାଲି ବାହାରିଲେ ରଣଦୀପ; ଧଳା ପୋଷାକ ପିନ୍ଧି ଯାଉଛନ୍ତି, ରଂଗୀନ ପୋଷାକରେ ଫେରିବେ କି?

Advertisment
ଇଟାଲି ବାହାରିଲେ ରଣଦୀପ; ଧଳା ପୋଷାକ ପିନ୍ଧି ଯାଉଛନ୍ତି, ରଂଗୀନ ପୋଷାକରେ ଫେରିବେ କି?

ମୁମ୍ବାଇ: ପୂରା ଦେଶକୁ ଯାହାର ବିବାହର ଅପେକ୍ଷା ରହିଛି ସେ ହେଉଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅଭିନେତା ରଣବୀର ସିଂହ। ଦୀର୍ଘ ଦିନ ଧରି ସେମାନଙ୍କୁ ପ୍ରେମୀ ଯୁଗଳ ଭାବେ ଦେଖି ସାରିବା ପରେ ଏବେ ପ୍ରଶଂସକମାନେ ସେମାନଙ୍କୁ ପତି-ପତ୍ନୀ ଭାବେ ଦେଖିବାକୁ ପାଇବେ। ତାଙ୍କ ବିବାହକୁ ଆଉ ମାତ୍ର ଚାରି ଦନ ରହିଲା। ଏହି ଚର୍ଚ୍ଚିତ ଯୋଡ଼ି ନଭେମ୍ବର ୧୪ ଓ ୧୫ ତାରିଖରେ ଇଟାଲୀଠାରେ ବିବାହ ବନ୍ଧନରେ ଛନ୍ଦି ହେବାକୁ ଯାଉଛନ୍ତି।

ବିବାହ ପାଇଁ ରଣବୀର ଓ ଦୀପିକା ଆଜି ସକାଳୁ ସକାଳୁ ଇଟାଲି ଅଭିମୂଖେ ଯାତ୍ରା ଆରମ୍ଭ କରିଛନ୍ତି ବୋଲି ସୂଚନା ରହିଛି। କାହଁକି ନା, ସେମାନଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଏକତ୍ର ଦେଖିବାକୁ ମିଳିଛି। ଏହି ଦୁଇ ପ୍ରେମୀ ଯୁଗଳ ଉଭୟ ଧଳା ପୋଷାକ ପିନ୍ଧି ଥିବାର ଫଟୋରେ ଦେଖିବାକୁ ମିଳିଛି। ଆଶା କରାଯାଉଛି ଫେରିବା ବେଳେ ରଂଗୀନ ପୋଷାକ ପିନ୍ଧି ପ୍ରଶଂସକଙ୍କୁ ଖୁସି କରାଇବେ।

ଉଲ୍ଲେଖଯୋଗ୍ୟ, ଦୁଇ ଜଣଙ୍କ ଭିତରେ ଅନେକ ଦିନ ଧରି ପ୍ରେମ ସଂପର୍କ ରହିଥିଲେ ବି ସେ ଦୁହେଁ ଜୁଲାଇ ୬ ତାରିଖରେ ପରସ୍ପରଙ୍କ ସଂପର୍କକୁ ନେଇ ଖୁଲାସା କରିଥିଲେ। ତା’ପରେ ଦୁହେଁ ନିର୍ବନ୍ଧ କରି ସମସ୍ତଙ୍କୁ ବିବାହ ସଂପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe