ରଣବୀର ସିଂହଙ୍କୁ  ଡାର୍ଟି ବୋଲି କହିଥିଲେ ଏହି ନାୟିକା 

Advertisment
ରଣବୀର ସିଂହଙ୍କୁ  ଡାର୍ଟି ବୋଲି କହିଥିଲେ ଏହି ନାୟିକା 

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ଅନୁଷ୍କା ଶର୍ମା ପ୍ରଖ୍ୟାତ କ୍ରିକେଟର୍‌ ବିରାଟ କୋହଲିଙ୍କୁ ବିବାହ କରି ସୁଖୀ ଦାମ୍ପତ୍ୟ ବିତାଉଛନ୍ତି। ହେଲେ ସମସ୍ତଙ୍କୁ ଜଣା ଯେ ଅନୁଷ୍କାଙ୍କର ବଲିଉଡ୍‌ ତାରକା ରଣବୀର ସିହଙ୍କ ସହିତ ଆଫେଆର୍‌ ଥିଲା।

ରଣବୀର ସିଂହ ଓ ଅନୁଷ୍କା ଶର୍ମା ପ୍ରଥମେ ‘ବ୍ୟାଣ୍ଡ୍‌ ବାଜା ବାରାତ୍‌’ ସିନେମାରେ ଏକାଠି କାମ କରିଥିଲେ। ସେତେବେଳେ ହିଁ ଅନୁଷ୍କା ଓ ରଣବୀର ରୋମାନ୍ସରେ ମାତିଥିଲେ। ଏହାପରେ ସେ ଦୁହେଁ ‘ଲେଡିଜ୍‌ ଭର୍ସେସ୍‌ ଭିକି ବହଲ ଓ ‘ଦିଲ୍‌ ଧଡକନେ ଦୋ’ ଭଳି ସିନେମାରେ ମଧ୍ୟ ଏକାଠି ନଜର ଆସିଥିଲେ।

ରଣବୀର ଓ ଅନୁଷ୍କା କେବେ ବି ଏହି ପ୍ରେମ ସଂପର୍କ ସ୍ୱୀକାର କରି ନଥିଲେ। କରଣ ଜୋହରଙ୍କ ଚାଟ୍‌ ସୋ’ରେ ଉଭୟ କଳାକାର ସ୍ପଷ୍ଟ ଭାବେ କହିଥିଲେ ଯେ ସେ ଦୁହେଁ ପରସ୍ପରକୁ ଡେଟ୍‌ କରୁନାହାନ୍ତି। ଅନୁଷ୍କାଙ୍କ କହିବା କଥା ଥିଲା ‘ମୁଁ ରଣବୀର ସିହଙ୍କୁ ଡେଟ୍‌ କରୁ ନାହିଁ,କାରଣ ସେ ବହୁତ ଡାର୍ଟି’।

publive-image

୨୦୧୧ର ଆଇଫା ଆଓ୍ଵାର୍ଡ ସୋ’ରେ ଷ୍ଟେଜରେ ରଣବୀର ସିଂହ ସୋନାକ୍ଷୀ ସିହ୍ନାଙ୍କ ସହିତ ପରଫର୍‌ମ୍‌ କରୁଥିଲେ। ସେତେବେଳେ ରଣବୀର ଓ ସୋନାକ୍ଷୀଙ୍କ ଅନ୍ତରଙ୍ଗ ଦୃଶ୍ୟ ନିଜ ଆଖିରେ ଦେଖିଥିଲେ ଅନୁଷ୍କା। ଏହାକୁ ନେଇ ଅନୁଷ୍କା ରଣବୀରଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ। ସେଠାରେ ରଣବୀର ଓ ଅନୁଷ୍କା ପରସ୍ପର ସହିତ କଥା ମଧ୍ୟ ହେଉନଥିଲେ। ଏହାପରେ ଉଭୟଙ୍କର ବ୍ରେକ୍‌ଅପ୍‌ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe