ରଣବୀର ସିଂହଙ୍କ ସିନେମା ‘ସିମ୍ବା’ ସଂପର୍କରେ ଏକଥା ଜାଣନ୍ତି କି?

Advertisment
ରଣବୀର ସିଂହଙ୍କ ସିନେମା ‘ସିମ୍ବା’ ସଂପର୍କରେ ଏକଥା ଜାଣନ୍ତି କି?

photo--youtube

ମୁମ୍ବାଇ: ଅଭିନେତା ରଣବୀର ସିଂହଙ୍କ ଆଗାମୀ ସିନେମା ‘ସିମ୍ବା’ର ପ୍ରଥମ ପୋଷ୍ଟର ଭାଇରାଲ ହେବାରେ ଲାଗିଛି। ତେବେ ଶୁଣିବାକୁ ମିଳୁଛି ଯେ ଏଥିରେ ଅଜୟ ଦେବଗନ୍‌ ବି କାମ କରିବେ। ଆପଣ କ’ଣ ଜାଣନ୍ତି କି ଏହା ଏକ ଓରିଜିନାଲ୍‌ ସିନେମା ନୁହେଁ। ପ୍ରକୃତରେ‘ସିମ୍ବା’ ହେଉଛି ଏକ ସୁପରହିଟ୍‌ ତେଲୁଗୁ ଛବିର ରିମେକ୍‌। ଏହି ତେଲୁଗୁ ସିନେମାର ଟାଇଟଲ ହେଲା ‘ଟେଂପର୍‌’। ଏଥିରେ ନାୟକ ଭୂମିକାରେ ନଜର ଆସିଥିଲେ ଜୁନିଅର୍‌ ଏନ୍‌ ଟି ଆର୍‌। ।‘ସିମ୍ବା’ର ପ୍ରଯୋଜକ ହେଲେ କରଣ ଜୋହର ଓ ନିର୍ଦ୍ଦେଶକ ରୋହିତ ସେଟ୍ଟି।ଏହି ସିନେମାରେ ରଣବୀର ସିଂହଙ୍କୁ ଜଣେ ପୁଲିସ ଅଧିକାରୀ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।

publive-image photo-bollywoodbhaskar.com

ତେବେ ‘ସିମ୍ବା’ରେ ରଣବୀର ସିଂହଙ୍କ ବିପକ୍ଷରେ କିଏ ନାୟିକା ଭୂମିକା ନିଭାଇବେ,ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ।କିନ୍ତୁ ବଲିଉଡ଼୍‍ରେ ଚର୍ଚ୍ଚା ଚାଲିଛି ଯେ,ପ୍ରଖ୍ୟାତ୍‌ ଅଭିନେତ୍ରୀ ଶ୍ରୀଦେବୀ ଓ ପ୍ରଯୋଜକ ବୋନି କପୁରଙ୍କ କନ୍ୟା ଜାହ୍ନବୀ କପୁର ‘ସିମ୍ବା’ରେ ରଣବୀରଙ୍କ ସାଥ୍‌ ପାଇପାରନ୍ତି।କୁହାଯାଉଛି ଯେ, ନିର୍ମାତା କରଣ ଜୋହର ଇତିମଧ୍ୟରେ ଏହି ଫିଲ୍ମ ପାଇଁ ଜାହ୍ନବୀଙ୍କୁ ଆପ୍ରୋଚ୍‌ କରିଛନ୍ତି।ସେ ଶ୍ରୀଦେବୀଙ୍କ ସହିତ ମଧ୍ୟ ଏ ବିଷୟରେ କଥା ହୋଇଛନ୍ତି।କରଣ ଶ୍ରୀଦେବୀଙ୍କୁ ପରାମର୍ଶ ଦେଇଛନ୍ତି ଯେ, ସଂପ୍ରତି ଯେଉଁ ୟଙ୍ଗ୍‌ଷ୍ଟାର୍‌ ମାନଙ୍କର ଜବରଦସ୍ତ କ୍ରେଜ୍‌ ଅଛି,ସେମାନଙ୍କ ଭିତରୁ ରଣବୀର ସିଂହ ଜଣେ।ଏଣୁ ତାଙ୍କ ସହ ଜାହ୍ନବୀ ଦ୍ୱିତୀୟା ସିନେମା କରିଲେ ତାହା ତାଙ୍କ କ୍ୟାରିଅର୍‌ ପାଇଁ ନିଶ୍ଚିତ ଭାବେ ଲାଭଦାୟକ ହେବ।ତା’ଛଡ଼ା ହିଟ୍‌ ଡ଼ିରେକ୍ଟର ରୋହିତ ସେଟ୍ଟି ଏହାର ନିର୍ଦ୍ଦେଶନା ଦେଉଥିବା ହେତୁ ‘ସିମ୍ବା’ହିଟ୍‌ ହେବାର ସମ୍ଭାବନା ଅଧିକ।ଦେଖାଯାଉ ଶ୍ରୀଦେବୀ କ’ଣ ନିଷ୍ପତ୍ତି ନେଉଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଜାହ୍ନବୀ କପୁର କରଣ ଜୋହରଙ୍କ ପ୍ରଯୋଜିତ ଫିଲ୍ମ‘ଧଡ଼କ୍‌’ରୁ ବଲିଉଡ଼୍‍ରେ କ୍ୟାରିଅର୍‌ ଆରମ୍ଭ କରିଛନ୍ତି।ଏଥିରେ ଶାହିଦ୍‌ କପୁରଙ୍କ ସାନଭାଇ ଇଶାନ୍‌ ଖଟ୍ଟର ଅଛନ୍ତି ମେଲ୍‌ ଲିଡ଼୍‍ରେ।ଏହି ଫିଲ୍ମ ହେଉଛି ସୁପରହିଟ୍‌ ମରାଠୀ ସିନେମା‘ସୈରାଟ୍‌’ର ରିମେକ୍‌।
ଜାହ୍ନବୀ ରଣବୀର ସିଂହଙ୍କ ସହ ‘ସିମ୍ବା’ସାଇନ୍‌ କରିଲେ,ତାହା ତାଙ୍କର ଦ୍ୱିତୀୟ ସିନେମା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe