ଶାହରୁଖ୍‌-ସଲମାନ୍‌ଙ୍କ ପଡ଼ୋଶୀ ରଣବୀର

Advertisment
ବଲିଉଡର ତାରକା ତାଙ୍କ ଜୀବନସାଥୀଙ୍କୁ ଏହିଭଳି ନାମରେ ଡାକନ୍ତି; କିଏ ଆଲୁ ଡାକେ ତ ଆଉ କିଏ...

ହଜାର ହଜାର କି ଲକ୍ଷ ଲକ୍ଷ ଟଙ୍କା କହିଲେ ମୁଣ୍ଡ ଘୂରେଇଦିଏ। ହେଲେ କୋଟି କୋଟି ଟଙ୍କାର ଖେଳ ଖେଳିଛନ୍ତି ବଲିଉଡ୍ ଅଭିନେତା ରଣବୀର ସିଂହ। ଇଣ୍ଡଷ୍ଟ୍ରିର ଦୁଇ ସୁପରହିରୋ ଶାହରୁଖ୍ ଓ ସଲମାନ୍‌ଙ୍କ ପଡ଼ୋଶୀ ହେଇ ରହିବା ପାଇଁ ସେ ୧୧୯ କୋଟି ଟଙ୍କା ଦେଇ ଗୋଟିଏ ଘର କିଣିଛନ୍ତି। ପୁଣି ଏହାର ଷ୍ଟାମ୍ପ ଡ୍ୟୁଟି ପାଇଁ ତାଙ୍କୁ ଦେବାକୁ ପଡ଼ିଛି ୭.୧୩ କୋଟି ଟଙ୍କା।

ରଣବୀର ଜଣେ ଭଲ ଅଭିନେତା ବୋଲି ଦର୍ଶକ ଜାଣିଥିଲେ। ଏପରିକି ଦକ୍ଷିଣୀ ସୁନ୍ଦରୀ ଦୀପିକାଙ୍କୁ ପ୍ରେମ ଫାଶରେ ଫସେଇ ସେ ନିଜର ପତ୍ନୀ କରିନେଲେ। ହେଲେ ତାଙ୍କ ଭିତରେ ଯେ ଅନ୍ୟମାନଙ୍କ ପରି ତୁଳନାତ୍ମକ ସମ୍ପତ୍ତି ଲୋଭ ଥିଲା କେହି ଜାଣି ନ ଥିଲେ। ଏବେ ସ୍ପଷ୍ଟ ହେଇଗଲା ଯେ ରଣବୀର ମଧ୍ୟ ନିଜ ଅଭିନୟ କ୍ୟାରିୟର ଓ ସେଲିବ୍ରିଟି ପରିବାର ଗଢ଼ିବା ସହ ସମ୍ପତ୍ତି ମୋହରେ ପଡ଼ିଗଲେ। ଏହି ଘରଟି ସି-ଭିୟୁ ସୁପର ଲକ୍‌ଜୁରି କ୍ବାଡ୍ରୁପ୍ଲେକ୍ସ ଆପାର୍ଟମେଣ୍ଟ, ଯେଉଁ ଆପାର୍ଟମେଣ୍ଟ ସଲମାନ୍ ଖାନ୍‌ଙ୍କ ଗ୍ୟାଲେକ୍ସି ଓ ଶାହାରୁଖ୍ ଖାନ୍‌ଙ୍କ ମନ୍ନତ ମଝିରେ ରହିଛି। ଏହି ଆପାର୍ଟମେଣ୍ଟର ୧୬ରୁ ୧୯ ଫ୍ଲୋର ପର୍ଯ୍ୟନ୍ତ ଅନ୍ୟୂନ ୧୧,୨୬୬ ସ୍କୋୟାରଫୁଟ୍ କାର୍ପେଟ୍ ଏରିଆ ଏବଂ ଏହା ସହିତ ୧.୩୦୦ ସ୍କୋୟାରଫୁଟ୍‌ର ସ୍ବତନ୍ତ୍ର ଛାତ ମଧ୍ୟ ରହିଛି। ଏହାକୁ କିଣିବା ବେଳେ ଅନୁବନ୍ଧନ କାଗଜରେ ଉଲ୍ଲେଖ ରହିଛି ଯେ ଗୋଟଏ ସ୍କୋୟାରଫୁଟ୍‌ର ମୂଲ୍ୟ ରହିଛି ଏକ ଲକ୍ଷ ଟଙ୍କା। ନାଗପାଲ ରିୟଲିଟି ଏଲ୍‌ଏଲ୍‌ପି ପାଖରୁ ରଣବୀର ଗତ ଜୁଲାଇ ୮ ତାରିଖରେ ଏହି ଘର କିଣିଛନ୍ତି। ସବୁଠୁ ବଡ଼କଥା ହେଉଛି ଏହି କ୍ୟାମ୍ପସ୍ ଭିତରେ ରଣବୀର ୧୯ଟି କାର୍ ପାର୍କିଙ୍ଗ୍ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe